ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ନୂଆ ମୁଖ୍ୟ ଭାବେ କେନ୍ଦ୍ର ସରକାର ଆଜି ରଜନୀଶ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ସିଏମ୍ଡି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନରେ ଏମ୍ଡି ରଜନୀଶ କୁମାର ଏସ୍ବିଆଇର ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିବେ। ରଜନୀଶଙ୍କୁ ୩ ବର୍ଷ ପାଇଁ ସିଏମ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀମତୀ ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ଚଳିତ ସପ୍ତାହରେ ଶେଷ ହେଉଛି। ନୂଆ ସିଏମ୍ଡି ଶ୍ରୀ କୁମାର ୧୯୮୦ ମସିହାରେ ଷ୍ଟେଟ ବ୍ୟାଙ୍କରେ ପ୍ରୋବେସନାରି ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏମ୍ଡି ହେବା ପୂର୍ବରୁ ସେ ବ୍ୟାଙ୍କର ମର୍ଚ୍ଚାଣ୍ଟ ବ୍ୟାଙ୍କିଂ ଶାଖାର ନେତୃତ୍ୱ ନେଉଥିଲେ। ଏଥିସହିତ ଏସ୍ବିଆଇ କ୍ୟାପିଟାଲ ମାର୍କେଟର ଏମ୍ଡି ଏବଂ ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଶ୍ରୀ କୁମାର ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ସେ ଜଣେ ଭ୍ରମଣପ୍ରିୟ ବ୍ୟକ୍ତି ଏବଂ ଭଲ ବ୍ୟାଡମିଣ୍ଟନ ଖେଳାଳୀ।
ରଜନୀଶ କୁମାର ଏସ୍ବିଆଇର ନୂଆ ମୁଖ୍ୟ
/sambad/media/post_attachments/wp-content/uploads/2017/10/sbi-chief.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)