‘ରାଲ୍‌କୋ’ ଆଣିଲା ମୋଟରସାଇକଲ୍‌ ଟାୟାର

ଭୁବନେଶ୍ୱର: ରାଲ୍‌କୋ ଅଟୋମୋଟିଭ୍‌ ଟାୟାର ପକ୍ଷରୁ ସ୍ୱତନ୍ତ୍ର ଭାବେ ମୋଟରସାଇକଲ୍‌ ପାଇଁ ପ୍ରସ୍ତୁତ ଦୁଇ ପ୍ରକାର ଟାୟାରକୁ ଉନ୍ମୋଚନ କରାଯାଇଛି। ସ୍ପୋର୍ଟସ୍‌ ଏବଂ ରୋମାଞ୍ଚ ବାଇକ୍‌ଗୁଡ଼ିକରେ ଏହି ଟାୟାର ବ୍ୟବହାର ହେବ। କଂପାନିର ସ୍ପିଡ୍‌ ବ୍ଲାଷ୍ଟର୍‌ ଟାୟାର ହେଉଛି ଏଚ୍‌ ରେଟେଡ୍‌ ହାଇ ସ୍ପିଡ୍‌ ଟାୟାର ଯାହା ୨୦୦ ସିସି ଏବଂ ତା’ଠାରୁ ଅଧିକ କ୍ଷମତାର ମୋଟରସାଇକଲ୍‌ରେ ବ୍ୟବହାର ହେବ। ଏହି ଟାୟାରକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ପକ୍ଷରୁ ପରୀକ୍ଷା କରାଯିବା ସହିତ ସାର୍ଟିଫାଏ କରାଯାଇଛି। କ୍ରସ୍‌ କଣ୍ଟ୍ରି ବାଇକ୍‌ ଚାଳକଙ୍କ ପାଇଁ ରାଲ୍‌କୋ ଆଣିଛି ମୋଟରକ୍ରସ୍‌ ଟାୟାର୍‌। ଏହା କାଦୁଆ, ଖସଡ଼ା ରାସ୍ତାରେ ବହୁତ ଭଲ ପ୍ରଦର୍ଶନ କରିବ। ଉଭୟ ଟାୟାର୍‌କୁ କଂପାନି ପକ୍ଷରୁ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ପ୍ରସ୍ତୁତ କରାଯାଇଛି। ଏଥିରେ ରହିଛି ବୈପ୍ଳବିକ କୁଲ୍‌ କମ୍ପାଉଡ୍‌ ପ୍ରଯୁକ୍ତି ଯାହା ଟାୟାରକୁ ଅତ୍ୟଧିକ ଉତ୍ତାପରୁ ସୁରକ୍ଷା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର