ଭୁବନେଶ୍ବର,: କୋଭିଡ-୧୯ ମୁକାବିଲା ପାଇଁ ରାମ୍କୋ ସିମେଣ୍ଟ୍ସ ପକ୍ଷରୁ ଭୂତାଣୁଶୋଧନ ଟନେଲ ନିର୍ମାଣ କରାଯାଇଛି। କମ୍ପାନିର ନିଜସ୍ବ ଟିମ୍ ପକ୍ଷରୁ ଏହି ଟନେଲ୍ର ଡିଜାଇନ ପ୍ରସ୍ତୁତ ହୋଇଛି। ତାମିଲନାଡ଼ୁର ଆରିୟାଲୁର ବସ୍ ଷ୍ଟାଣ୍ଡ୍ରେ ଏହାକୁ ନିର୍ମାଣ କରାଯାଇଛି। ଉକ୍ତ ବସ୍ ଷ୍ଟାଣ୍ଡ୍କୁ ଏବେ ଏକ ପରିବା ବଜାରରେ ପରିଣତ କରାଯାଇଛି। ଗତ ୮ ତାରିଖରେ ଆରିୟାଲୁର ବିଧାୟକ ତଥା ତାମିଲନାଡ଼ୁ ସରକାରଙ୍କ ସଚେତକ ଟି ରାଜେନ୍ଦିରନ୍, ଜିଲ୍ଲାପାଳ ଏବଂ ଏସ୍ପି ଏହାକୁ ଉଦ୍ଘାଟନ କରିଥିଲେ। ରାମ୍କୋ ସିମେଣ୍ଟ୍ସ ପକ୍ଷରୁ ଏହି ଟନେଲର ରକ୍ଷଣାବେକ୍ଷଣ କରାଯିବ।
ରାମ୍କୋ ସିମେଣ୍ଟ୍ସ ପକ୍ଷରୁ ଭୂତାଣୁଶୋଧନ ଟନେଲ୍
/sambad/media/post_attachments/wp-content/uploads/2020/04/dzg87da98g7ad89g7da98g7da98gdagdagdagdgggdgddgdg.jpg)