ରାମଦେବ ବିକିବେ ପନିପରିବା, ଖଦି

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଫ୍ରୋଜେନ୍‌ ପନିପରିବା ଓ ଖଦି ବଜାରରେ ପ୍ରବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି। କଂପାନି ଏଥିପାଇଁ ୧୦ ହଜାର କୋଟି ଟଙ୍କା ନିବେଶ କରିବ। ଉତ୍ତରାଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ପନିପରିବା ସଂଗ୍ରହ କରି ତାହାକୁ ଫ୍ରୋଜେନ୍‌ ଆକାରରେ କଂପାନି ବିକ୍ରି କରିବ। ମୂଳା ଓ ଫୁଲକୋବିରୁ କଂପାନି ଏହି କାରବାର ଆରମ୍ଭ କରିବ। କିଛି ଦିନ ପରେ ଆଉ ୬-୭ ପ୍ରକାର ସାମଗ୍ରୀକୁ ସେଥିରେ ସାମିଲ କରିବାକୁ ପତଞ୍ଜଳି ଲକ୍ଷ୍ୟ ରଖିଛି। କଂପାନି ଏହାର ଖଦି ସାମଗ୍ରୀର ବିକ୍ରି ଶୀଘ୍ର ଆରମ୍ଭ କରିବାକୁ ଯୋଜନା ରଖିଛି। ଦୀପାବଳି ସୁଦ୍ଧା ପତଞ୍ଜଳିର ଖଦି ସାମଗ୍ରୀ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର