ରାମଦେବଙ୍କ ଭାଇ ରାମ ଭରତ ହେଲେ ରୁଚି ସୋୟା ଏମ୍‌ଡି

ନୂଆଦିଲ୍ଲୀ: ରୁଚି ସୋୟା ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ବୋର୍ଡରେ ଯୋଗଗୁରୁ ବାବା ରାମଦେବ ସାମିଲ ହୋଇଛନ୍ତି। ଏଥିସହିତ ରାମଦେବଙ୍କ ସାନ ଭାଇ ରାମ ଭରତଙ୍କୁ କମ୍ପାନିର ଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ରାମଦେବଙ୍କ ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କୁ କମ୍ପାନି ବୋର୍ଡରେ ନିଯୁକ୍ତି ମିଳିଛି। ଏଥିସହିତ ଗିରୀଶ କୁମାର ଆହୁଜା, ଜ୍ଞାନ ସୁଧା ମିଶ୍ର ଏବଂ ତାଜେନ୍ଦ୍ର ମୋହନ ଭାସିନଙ୍କୁ କମ୍ପାନି ବୋର୍ଡରେ ସ୍ବାଧୀନ ନିର୍ଦ୍ଦେଶକ କରାଯାଇଛି। ଏହି ନିଯୁକ୍ତି ଉପରେ କମ୍ପାନି ଅଂଶଧାରୀମାନଙ୍କ ଅନୁମୋଦନ ଲୋଡ଼ିଛି। ୨୦୨୦ ଅଗଷ୍ଟରେ ଅନୁଷ୍ଠିତ ବୋର୍ଡ ବୈଠକରେ ରାମ ଭରତଙ୍କୁ ୨୦୨୨ ଡିସେମ୍ବର ୧୭ ପର୍ଯ୍ୟନ୍ତ ଏମଡି ଭାବେ ନିଯୁକ୍ତି ମିଳିଛି। ଏଥିସହିତ ତାଙ୍କ ପଦବିକୁ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ବଦଳରେ ଏମଡି କରାଯାଇଛି। ରାମ ଭାରତ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କୁ ଯଥାକ୍ରମେ ବାର୍ଷିକ ୧ ଟଙ୍କା ବେତନ ଦିଆଯିବ।

ସମ୍ବନ୍ଧିତ ଖବର