ଭୁବନେଶ୍ବର : କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ କମ୍ପାନି ନାଲ୍କୋର ନୂତନ ନିର୍ଦ୍ଦେଶକ (ଅର୍ଥ) ଭାବରେ ରମେଶ ଚନ୍ଦ୍ର ଯୋଶୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜଣେ ଅଭିଜ୍ଞ ଅର୍ଥ ବିଶାରଦ। ଅର୍ଥ ବିଭାଗର ବିଭିନ୍ନ କ୍ଷେତ୍ରରେ ତାଙ୍କର ୩୨ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି, ଯେଉଁଥିରେ ଚୁକ୍ତିଭିତ୍ତିକ ଏବଂ ନିୟାମକ ବିଷୟଗୁଡ଼ିକର ସୂଚାରୁ ରୂପେ ଦାୟିତ୍ୱ ବହନ ସହିତ ନାଲ୍କୋର ଅର୍ଥ ବିଭାଗରେ ଦୀର୍ଘ ୨୭ ବର୍ଷର ଅଭିଜ୍ଞତା ଅନ୍ତର୍ଭୁକ୍ତ । ନାଲ୍କୋ ଏବଂ ଇଡକଲ୍ର ଯୌଥ ଉଦ୍ୟୋଗ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରାଇଭେଟ୍ ଲିମିଟେଡ୍ର ସେ ମଧ୍ୟ ମନୋନୀତ ନିର୍ଦ୍ଦେଶକ(ଅର୍ଥ) ଅଟନ୍ତି । ନିର୍ଦ୍ଦେଶକ (ଅର୍ଥ) ଭାବରେ କାର୍ଯ୍ୟ ଗ୍ରହଣ କରିବା ପୂର୍ବରୁ ସେ ନାଲ୍କୋରେ ସମୂହ ମହା ପ୍ରବନ୍ଧକ (ଅର୍ଥ) ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ନୂତନ ଦାୟିତ୍ବ ପାଇଁ ତାଙ୍କୁ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କ ଯୋଗଦାନ ଦ୍ବାରା ବୋର୍ଡ ଆହୁରି ଦୃଢ଼ ହେବ ବୋଲି କହିଛନ୍ତି।
ରମେଶ ଯୋଶୀ ନାଲ୍କୋର ନୂଆ ଅର୍ଥ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2022/02/Dir-Fin-NALCO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)