ମୁମ୍ବାଇ : ୟେସ୍ ବ୍ୟାଙ୍କର ପରିଚାଳନାକୁ ନେଇ ଦୁଇ ପ୍ରତିଷ୍ଠାତା ରାଣା କପୁର ଓ ସ୍ବର୍ଗତ ଅଶୋକ କୁପରଙ୍କ ପତ୍ନୀ ମଧୁ କପୁରଙ୍କ ମଧ୍ୟରେ ଯେଉଁ ଲଢ଼େଇ ଚାଲିଥିଲା ତାହା ଶେଷ ହୋଇଛି। ବ୍ୟାଙ୍କର ପ୍ରତିଷ୍ଠାତା ପଦରୁ ହଟିଯିବା ଲାଗି ମଧୁ କପୁର ଗ୍ରୁପ୍ ନିଜ ଆଡ଼ୁ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କ ଅବଗତ କରିଛି। ବର୍ତ୍ତମାନ ରାଣା କପୁର ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳ(ଇଡି) ହେପାଜତରେ ଥିବା ବେଳେ ବ୍ୟାଙ୍କର ସମ୍ପୂର୍ଣ୍ଣ ମାଲିକାନା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧୀନରେ ରହିଛି। ତେଣୁ ଏହାର ପୂର୍ବ ପ୍ରତିଷ୍ଠାତାଙ୍କ ଲଢ଼େଇ ବ୍ୟାଙ୍କ ପାଇଁ ଗୁରୁତ୍ବ ରଖୁନାହିଁ। ମାତ୍ର ଅଂଶଧନକାରୀ ବର୍ଗୀକରଣ ଦୃଷ୍ଟିରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୨୦୦୪ରେ ରାଣା କପୁର ଓ ଅଶୋକ କପୁର ମିଶି ୟେସ୍ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଅଶୋକଙ୍କ ଶାଳୀ ବିନ୍ଦୁଙ୍କୁ ରାଣା ବିବାହ କରିବା ପରେ ଉଭୟ ପରିବାର ବନ୍ଧୁରେ ପରିଣତ ହୋଇଥିଲେ। ହୃଦଘାତରେ ଅଶୋକଙ୍କ ମୃତ୍ୟୁ ହେବା ପରେ କିନ୍ତୁ ସବୁ କିଛି ବଦଳିଯାଇଥିଲା। ରାଣା କପୁରଙ୍କ ପତିଆରା ୟେସ୍ ବ୍ୟାଙ୍କରେ ବଢ଼ିଥିଲା। ନିଜର ହକ୍ ପାଇବା ଲାଗି ମଧୁ କପୁର (ଅଶୋକଙ୍କ ପତ୍ନୀ) ସଂଘର୍ଷ କରିଥିଲେ। ୨୦୦୮ ପରଠାରୁ ଦୁଇ ପରିବାର ଭିତରେ କ୍ଷମତାକୁ ନେଇ ଲଢ଼େଇ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ କିନ୍ତୁ ଉଭୟ ପରିବାର ୟେସ୍ ବ୍ୟାଙ୍କରେ ନିଜ ଅଂଶଧନକୁ ବହୁତ କମ୍ କରିସାରିଛନ୍ତି। ରାଣାଙ୍କ ପାଖରେ ୟେସ୍ ବ୍ୟାଙ୍କର ମାତ୍ର ୯୦୦ଟି ସେୟାର ରହିଛି। କିନ୍ତୁ ମଧୁ କପୁର ଗ୍ରୁପ୍ ପାଖରେ ୧୪ କୋଟି ସେୟାର ରହିଛି ଯାହା ମୋଟ୍ ଅଂଶଧନର ୧.୧୨ ପ୍ରତିଶତ ସହ ସମାନ। କିଛି ମାସ ତଳେ ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କକୁ ଷ୍ଟେଟ୍ ବ୍ୟାଙ୍କ ସହାୟତାରେ ଉଦ୍ଧାର କରାଯାଇଛି।
ତୁଟିଲା ରାଣା-ମଧୁ କପୁର ବିବାଦ : ପ୍ରତିଷ୍ଠାତା ପଦରୁ ନିଜ ଆଡ଼ୁ ଓହରିଲା ମଧୁ କପୁର ଗ୍ରୁପ୍
/sambad/media/post_attachments/wp-content/uploads/2020/06/rana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)