ରାନିଟିଡିନ୍‌, ଆଇବିପ୍ରୁଫେନ୍‌ ଔଷଧ ଦାମ୍ ବଢ଼ିବ

ନୂଆଦିଲ୍ଲୀ : ତିନିଟି ଔଷଧର ଦାମ୍ ୫୦ ପ୍ରତିଶତ ବଢ଼ାଇବା ଲାଗି ଔଷଧ କ୍ଷେତ୍ରର ନିୟାମକ ସଂସ୍ଥା ଏନ୍‌ପିପିଏ ଅନୁମତି ପ୍ରଦାନ କରିଛନ୍ତି। ତାହା ହେଉଛି କାର୍‌ବାମାଜେପିନ୍, ରାନିଟିଡିନ୍ ଓ ଆଇବିପ୍ରୋଫେନ୍। କେବଳ ଗୋଟିଏ ଥର ଲାଗି ଦର ବୃଦ୍ଧି କରାଯିବ। କାର୍‌ବାମାଜେପିନ୍‌କୁ ଅପସ୍ମାର ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ। ସେହିପରି ରାନିଟିଡିନ୍‌କୁ ପେଟରେ ଅଲ୍‌ସର୍‌ ସମସ୍ୟାର ସମାଧାନ ଲାଗି ବ୍ୟବହାର କରାଯାଉଛି। ଇବୁପ୍ରୋଫେନ୍‌କୁ ବିଭିନ୍ନ ପ୍ରକାର ବିନ୍ଧା ଯଥା ମୁଣ୍ଡବିନ୍ଧା, ଦାନ୍ତ ବିନ୍ଧା, ଋତୁସ୍ରାବ ଜନିତ ଯନ୍ତ୍ରଣା, ମାଂସପେଶୀରେ ଯନ୍ତ୍ରଣା ଓ ବାତରୋଗ ଲାଗି ବ୍ୟବହାର କରାଯାଉଛି।

ଖୁଚୁରା, ପାଇକାରୀ ବ୍ୟବସାୟ ଏମ୍‌ଏସ୍‌ଏମ୍ଇରେ ସାମିଲ
ନୂଆଦିଲ୍ଲୀ : ଦେଶ‌ର ଖୁଚୁରା ଓ ପାଇକାରୀ ବ୍ୟବସାୟକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍ଇ) ପରିସରରେ ସାମିଲ କରାଯାଇଛି। ଆଗାମୀ ଦିନରେ ଏହି ବ୍ୟବସାୟ ସହ ଜଡ଼ିତ ଥିବା ବ୍ୟବସାୟୀମାନେ ଏମ୍ଏସ୍‌ଏମ୍ଇ ‌କ୍ଷେତ୍ର ଲାଗି ଘୋଷଣା କରାଯାଉଥିବା ସରକାରୀ ସ୍କିମ୍ ଓ ଯୋଜନାର ଲାଭ ପାଇପାରିବେ। ଆଜି ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ନିତୀନ ଗଡ଼କାରୀ ଏମ୍ଏସ୍‌ଏମ୍ଇର ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏହା ଦ୍ବାରା ଦେଶର ଅଢ଼େଇ କୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀ ଉପକୃତ ହେବେ।

ସମ୍ବନ୍ଧିତ ଖବର