ରପ୍ତାନୀ ଭବନ ଉଦ୍‌ଘାଟିତ

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ରପ୍ତାନୀ ଭବନକୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୨୦୨୫ ମସିହା ସୁଦ୍ଧା ରାଜ୍ୟର ରପ୍ତାନୀ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ ଏହି ଅବସରରେ କହିଛନ୍ତି। ଏହି ଅବସରରେ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ଭାରତୀୟ ସଫ୍ଟଓୟାର ଟେକ୍ନୋଲୋଜି ପାର୍କର ମହାନିର୍ଦେଶକ ଡ. ଓଁକାର ରାୟ, ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦେଶକ ଏସ. କେ. ଜେନା, ଶିଳ୍ପ ନିର୍ଦେଶକ, ଓଡ଼ିଶା ଅର୍ଥ ନିଗମର ପରିଚାଳନା ନିର୍ଦେଶକ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ, ଟିଆଇଇର ସଭାପତିଙ୍କ ସମେତ ଉଦ୍ୟୋଗୀ ଓ ରପ୍ତାନୀକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର