ହୁରୁନ୍ ଧନୀ ତାଲିକାରେ ରଶ୍ମିତା, ପ୍ରଭାରଞ୍ଜନ

ଭୁବନେଶ୍ବର: ହୁରୁନ୍‌ ଭାରତୀୟ ଧନୀ ତାଲିକାରେ ରାଜ୍ୟର ଦୁଇ ଶିଳ୍ପପତି ରଶ୍ମିତା ପଟ୍ଟନାୟକ ଓ ପ୍ରଭା ରଞ୍ଜନ ପଟ୍ଟନାୟକଙ୍କ ନାମ ରହିିଛି। ଫାଲ୍‌କନ୍‌ ମେରାଇନ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକଙ୍କ ପତ୍ନୀ ରଶ୍ମିତାଙ୍କୁ ବାର୍‌କ୍ଲେଜ୍ ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୧୮ରେ ୬୬୯ତମ ସ୍ଥାନ ମିଳିଥିବା ବେଳେ ପ୍ରଭା ରଞ୍ଜନଙ୍କୁ ୭୫୫ତମ ସ୍ଥାନ ମିଳିଛି। ପ୍ରଭା ରଞ୍ଜନ ହେଉଛନ୍ତି ତାରା ରଞ୍ଜନଙ୍କ ଭାଇ ଓ ଫାଲ୍‌କନ୍ ମେରାଇନ୍‌ର ପରିଚାଳନା ନିର୍ଦେଶକ। କୋଟାକ୍ ୱେଲ୍‌ଥ ହୁରୁନ୍‌-ଧନୀ ମହିଳା ତାଲିକା ୨୦୧୮ରେ ରଶ୍ମିତାଙ୍କୁ ୮୮ତମ ରୢାଙ୍କ୍‌ ମିଳିଛି। ସର୍ବଭାରତୀୟ ଧନୀ ତାଲିକାର ପ୍ରଥମ ତିନିଟି ସ୍ଥାନରେ ଅମ୍ବାନି, ହିନ୍ଦୁଜା ଓ ମିତ୍ତଲଙ୍କ ନାମ ରହିଛି।

କ୍ରମାଗତ ୧୧ ବର୍ଷ ଧନୀ ତାଲିକା ଶୀର୍ଷରେ ମୁକେଶ
ନୂଆଦିଲ୍ଲୀ: ଫୋର୍ବସ୍‌ ଭାରତୀୟ ଧନୀ ତାଲିକାରେ କ୍ରମାଗତ ୧୧ ବର୍ଷ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩,୪୮,୯୫୬ କୋଟି ଟଙ୍କା ରହିଛି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ମୂଲ୍ୟ ୬୮, ୬୧୦ କୋଟି ଟଙ୍କା ବଢ଼ିଛି। ୱିପ୍ରୋର ଅଜିମ୍ ପ୍ରେମ୍‌ଜୀ ଦ୍ବିତୀୟ, ଆର୍ସେଲର୍‌ ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ମିତ୍ତଲ ତୃତୀୟ, ହିନ୍ଦୁଜା ଭ୍ରାତା ଚତୁର୍ଥ ଓ ପାଲୋଞ୍ଜି ମିସ୍ତ୍ରୀ ପଞ୍ଚମ ସ୍ଥାନରେ ରହିଛନ୍ତି। ଷଷ୍ଠରୁ ଦଶମ ସ୍ଥାନ ମଧ୍ୟରେ ଶିବ ନାଦର୍‌, ଗୋଦ୍‌ରେଜ୍ ପରିବାର, ଦିଲ୍ଲୀପ ସାଂଘଭି, କୁମାର ମଙ୍ଗଳମ୍ ବିର୍ଲା ଓ ଗୌତମ ଆଦାନିଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର