ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା କୁକୁରଙ୍କ ପ୍ରତି ଭଲ ପାଇବା ବିଷୟ ଅନେକ ଜାଣନ୍ତି। କମ୍ପାନିର ମୁଖ୍ୟାଳୟ ବମ୍ବେ ହାଉସ୍ରେ ସେ ସ୍ଥାନୀୟ ଅଞ୍ଚଳର ବୁଲା କୁକୁରଙ୍କ ରହିବା ପାଇଁ ଏକ ଘର ମଧ୍ୟ ୨୦୧୮ ମସିହାରେ ତିଆରି କରିଥିଲେ। ତେବେ ଅନ୍ୟ ଯେଉଁ ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଲା ବମ୍ବେ ହାଉସରେ ଗୋଆ ନାମରେ ଏକ କଳାଧଳା କୁକୁର ରହିଛି। ଟାଟା ପ୍ରତିଦିନ କାର୍ଯ୍ୟାଳୟକୁ ଆସିଲେ ପ୍ରଥମେ ସେହି କୁକୁରକୁ ଭେଟନ୍ତି। କୁକୁରଟି ତାଙ୍କ ସହିତ ତଳ ମହଲାରୁ ଉପର ମହଲାକୁ ତାଙ୍କ ସହିତ ଲିଫ୍ଟରେ ଯାଇଥାଏ। କୁକୁରଟି ଛୋଟ ଥିବାବେଳେ ଗୋଆରୁ ଆସିଥିବାରୁ ତାହାର ନାମ ଗୋଆ ରଖାଯାଇଛି। ରତନ ଟାଟା ଏହି କୁକୁର ସହ ଏକ ଫଟୋକୁ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
କାର୍ଯ୍ୟାଳୟରେ ପ୍ରଥମେ କୁକୁରକୁ ଭେଟନ୍ତି ଟାଟା
/sambad/media/post_attachments/wp-content/uploads/2020/01/65g4j98dg7j98sdg7jh468sdg4h65sdhsfhsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)