ନୂଆଦିଲ୍ଲୀ: ଅର୍ଥନୀତି ଉପରେ କରୋନା ପ୍ରଭାବକୁ ନେଇ ରତନ ଟାଟାଙ୍କ ନାମରେ ସୋସିଆଲ ମିଡିଆରେ ଗତ କେତେ ଘଣ୍ଟା ହେଲା ଏକ ଖବର ବହୁଳ ମାତ୍ରାରେ ପ୍ରସାରିତ ହେଉଛି। ଟାଟା କରୋନାର ପ୍ରଭାବ ସମ୍ପର୍କରେ ସେଥିରେ କେତେକ ସକାରାତ୍ମକ ଟିପ୍ପଣୀ ଦେଇଥିବା ଉଲ୍ଲେଖ ହୋଇଛି। ତେବେ ଏହି ଭାଇରାଲ ମେସେଜ୍ ସମ୍ପର୍କରେ ଜାଣିବା ପରେ ରନତ ଟାଟା ନିଜେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇଛନ୍ତି। ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିବା ଏହି ମିଥ୍ୟା ସମ୍ବାଦର ଶୀର୍ଷକ ‘ଭେରି ମୋଟିଭେସନାଲ ଆଟ୍ ଦିସ୍ ଆୱାର’ ରହିଛି। ଏଥିରେ ଥିବା ମନ୍ତବ୍ୟ ନା ମୁଁ ନିଜେ କହିଛି ନା ଲେଖିଛି। ହ୍ବାଟସ୍ଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏହି ପୋଷ୍ଟ୍ର ସତ୍ୟତା ଯାଞ୍ଚ କରନ୍ତୁ। ଯଦି ମୋର କିଛି କହିବାର ଥିଲା ତାହା ମୁଁ ମୋର ଅଧିକାରିକ ଚ୍ୟାନେଲ ଜରିଆରେ କହିଥା’ନ୍ତି। ଆଶା କରୁଛି ଆପଣମାନେ ନିରାପଦ ଥିବେ ଏବଂ ନିଜର ଯତ୍ନ ନେଉଥିବେ ବୋଲି ଟ୍ବିଟରରେ ଟାଟା କହିଛନ୍ତି।
ସୋସିଆଲ୍ ମିଡିଆରେ ପ୍ରସାରିତ ଖବରକୁ ଅସ୍ବୀକାର କଲେ ଟାଟା
/sambad/media/post_attachments/wp-content/uploads/2020/04/sfh574sf98h7sfh987fsh98s7fh89sf7h89sf7h65sfh4sfh4sfhsfhsfsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)