ନୂଆଦିଲ୍ଲୀ: ଟାଟା ସନ୍ସର ସେବାନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କ ଜୀବନୀ ଚଳିତ ବର୍ଷ ନଭେମ୍ବରରେ ପ୍ରକାଶ ପାଇବ। ପୂର୍ବତନ ପ୍ରଶାସକ ଥମାସ ମାଥ୍ୟୁ ଲେଖିଥିବା ଏହି ଜୀବନୀକୁ ବ୍ରିଟେନ୍ର ପ୍ରକାଶନୀ ସଂସ୍ଥା ହାର୍ପର୍କଲିନ୍ସ ପ୍ରକାଶ କରିବ। ଏହି ପୁସ୍ତକରେ ରତନ ଟାଟାଙ୍କ ଜୀବନ ସମ୍ପର୍କିତ ଅନେକ ଅଜଣା କଥା ଲେଖାଯାଇଛି।
ଆମେରିକାରେ ତାଙ୍କ ପାଠ ପଢ଼ିବା ସମୟର ଅନୁଭୂତି ଠାରୁ ଆରମ୍ଭ କରି ଟାଟା ଗ୍ରୁପ୍ରେ କାମ ଆରମ୍ଭ କରିବା, ବିଭିନ୍ନ କଂପାନି ଅଧିଗ୍ରହଣ ଓ ସେ କଂପାନିର ନେତୃତ୍ବ ନେଉଥିବା ବେଳେ ଗ୍ରହଣ କରିଥିବା ଗୁରୁତ୍ବପୂର୍ଣ୍ଣ ବ୍ୟାବସାୟିକ ନିଷ୍ପତ୍ତି ବିଷୟରେ ଏଥିରେ ଲେଖା ରହିଛି।
ଟାଟାର ଲକ୍ଷେ ଟଙ୍କିଆ କାର୍ ନାନୋ ପ୍ରକଳ୍ପ, କୋରସ୍ ଷ୍ଟିଲ୍କୁ ଟାଟା ଷ୍ଟିଲ୍ ଦ୍ବାରା ଅଧିଗ୍ରହଣ, ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ସାଇରସ୍ ମିସ୍ତ୍ରୀଙ୍କୁ ବିଦା କରିବା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଘଟଣାର ଅଜଣା କଥା ମଧ୍ୟ ଏହି ପୁସ୍ତକରେ ରହିଛି। ସବୁ ଭାଷାରେ ଏହି ପୁସ୍ତକ ପ୍ରକାଶ କରିବା ପାଇଁ ଲେବ୍ରିନ୍ଥ ଲିଟେରାରି ଏଜେନ୍ସି ଠାରୁ ଅଧିକାର ହାସଲ କରିଛି ହାର୍ପରକଲିନ୍ସ ଇଣ୍ଡିଆ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/30-7.jpg)