ଶ୍ରୀକ୍ଷେତ୍ରେ ରଥଯାତ୍ରା

ଦୋଳେ ତୁ ଦୋଳଗୋବିନ୍ଦମ୍ ଚାପେ ତୁ ମଧୁସୂଦନମ। ରଥେ ତୁ ବାମନ ଦୃଷ୍ଟ୍ୱା ପୁନର୍ଜନ୍ମମ୍ ନ ବିଦ୍ୟତେ ।।

ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି । ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । ଏହାକୁ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହନ୍ତି । ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀଗୁଣ୍ଡିିଚା ମନ୍ଦିରକୁ ଯାତ୍ରା କରନ୍ତି। ଶତାବ୍ଦୀ ଶତାବ୍ଦୀ ଧରି ଏହି ଯାତ୍ରା ଐତିହ୍ୟର ଜୟଯାତ୍ରା ଭାବରେ ପରିଗଣିତ ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଗଙ୍ଗ ରାଜବଂଶର ଶ୍ରେଷ୍ଠ ଅବଦାନ । ନନ୍ଦିିଘୋଷରେ ଶ୍ରୀଜଗନ୍ନାଥ, ତାଳଧ୍ୱଜରେ ଶ୍ରୀବଳଭଦ୍ର ଓ ଦେବଦଳନ ରଥରେ ଦେବୀ ସୁଭଦ୍ରା ବିରାଜମାନ କରି ବିଶ୍ୱ ଜନମାନସକୁ ମାନବ ପ୍ରେମରେ ଉଦବୁଦ୍ଧ କରି ଚାଲିଛନ୍ତି । ନୀଳଚକ୍ର, ସୁଦର୍ଶନ ଓ ଅରୁଣ ଖମ୍ବର ମହିମା ବେଶ୍ ଚର୍ଚ୍ଚିତ । ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ବଡ଼ ଠାକୁର ନୁହନ୍ତି, ସେ ଓଡ଼ିଶାର ଇଷ୍ଟଦେବ ଭାବରେ ପ୍ରତିଷ୍ଠିତ। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ପୂର୍ଣ୍ଣ ବ୍ରହ୍ମ ।  ଶ୍ରୀଜଗନ୍ନାଥ ଏବଂ ରଥଯାତ୍ରାର ସମ୍ପର୍କ ସ୍ୱର୍ଣ୍ଣ ଅଳଙ୍କାର ସହିତ ଅତି ନିବିଡ଼। ମାଉସୀମା’ ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ସମ୍ମୁଖରେ ତିନି ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହୁଏ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀଜଗନ୍ନାଥ, ଓଡ଼ିଶା ଏବଂ ଓଡ଼ିଆଙ୍କର ସ୍ୱର୍ଣ୍ଣ ଆଭୂଷଣ ସହିତ ସ୍ୱତନ୍ତ୍ର ସାଂସ୍କୃତିକ ସମ୍ପର୍କ ରହିଛି ବୋଲି ଠାକୁରଙ୍କ ସୁନାବେଶରେ ଏହା ପ୍ରତିପାଦିତ ହୁଏ ।

ଏହି ସ୍ୱତନ୍ତ୍ର କଲେକ୍ସନ ସମ୍ବନ୍ଧରେ

ଆମେ ବର୍ତ୍ତମାନ ଧୀରେ ଧୀରେ ୨ୟ ଲହରୀକୁ ଅତିକ୍ରମ କରୁଛୁ । ରଥଯାତ୍ରାର ଏହି ଶୁଭ ଅବସରରେ ଆମେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସୁସମୟର କାମନା କରୁଛୁ । ଆସନ୍ତୁ, ଶ୍ରୀଜଗନ୍ନାଥଙ୍କର ଏହି ପର୍ବକୁ ଆମେ ପରିବାର ସହିତ ମିଶି ପାଳନ କରିବା । ଏହି ଅବସରରେ ତନିସ୍କ ନେଇ ଆସିଛି ଆକର୍ଷଣୀୟ ପେଣ୍ଡେଣ୍ଟ ମୁଦି ଓ ଆହୁରି ଅନେକ ନୂତନ କଲେକ୍ସନ, ‘ରାଜାଧିରାଜ’ ଯାହାକୁ ସ୍ୱତନ୍ତ୍ର ଭାବରେ ରଥଯାତ୍ରା ଅବସରରେ ପ୍ରସ୍ତୁତ କରାଯାଇଛି ।  ତନିସ୍କ ନେଇ ଆସିଛି ଖାଣ୍ଟି ୨୨ କାରେଟର ୭ଟି ନୂଆ ସୁନା ଅଳଙ୍କାର ଏବଂ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ।

ତନିସ୍କ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ କର କମଳରେ ସୁନ୍ଦର, ଆକର୍ଷଣୀୟ ପେଣ୍ଡେଣ୍ଟ ଅର୍ପଣ କରୁଛି ଯାହାକି ଅତ୍ୟନ୍ତ ମନୋରମ ଓ କାରୁକାର୍ଯ୍ୟପୂର୍ଣ୍ଣ ।

ଶ୍ରୀଜଗନ୍ନାଥଙ୍କର ୨୨ କ୍ୟାରେଟ୍ ଗୋଲ୍ଡ ମୁଦି ସହିତ ଏହାର ମଧ୍ୟ ଭାଗରେ ବ୍ଲାକ୍ ଏନାମେଲ୍ କାର୍ଯ୍ୟ ଓ ଫ୍ଲୋରାଲ୍ ମୋଟିଫ୍ ଅତ୍ୟନ୍ତ ଚମତ୍କାର ଓ ସୁନ୍ଦର ଅଟେ ।

ଏହି ଆକର୍ଷଣୀୟ ପେଣ୍ଡେଣ୍ଟ ମାଧ୍ୟମରେ ଆମେ ଶ୍ରୀଜଗନ୍ନାଥଙ୍କ କର କମଳରେ ସର୍ମପଣ ଅର୍ପଣ କରୁଛୁ । ଏହାକୁ ଆମର ଉକୃଷ୍ଟ କାରିଗରମାନେ ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରିଛନ୍ତି । ଏଥିରେ ହାତ ଦ୍ୱାରା କରାଯାଇଥିବା ଏନାମେଲ୍ କାର୍ଯ୍ୟ ଅତ୍ୟନ୍ତ ଚମତ୍କାର । ଏହି ପେଣ୍ଡେଣ୍ଟ ସହିତ ଆପଣ ଭଗବାନଙ୍କୁ ସର୍ବଦା ନିକଟରେ ଅନୁଭବ କରିପାରିବେ ।

“ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନେକ ଶତାବ୍ଦୀ ଧରି ଭକ୍ତମାନଙ୍କ ଦ୍ୱାରା ପାଳିତ ହୋଇ ଆସୁଥିବା ଏକ ସର୍ବଶ୍ରେଷ୍ଠ ଉତ୍ସବ । ବିଶ୍ୱାସ କରାଯାଏ ଯେ କଳି ଯୁଗରେ ନିଜର ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ବିଷ୍ଣୁ ଶ୍ରୀଜଗନ୍ନାଥଙ୍କ ଅବତାରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି । ଏହି ପବିତ୍ର ରଥଯାତ୍ରା ସାରା ବିଶ୍ୱବାସୀଙ୍କ ପାଇଁ ନେଇ ଆସିଥାଏ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ । ଏପରି ଜଟିଳ ମହାମାରୀ ସମୟରେ ନିଜ ମଧ୍ୟରେ ସକାରାତ୍ମକ ଏବଂ ଆଧ୍ୟାତ୍ମିକ ଚେତନାକୁ ଉଜ୍ଜୀବିତ କରିବା ପାଇଁ ତନିସ୍କ ଅନେକ ଗୁଡ଼ିଏ ସୁନ୍ଦର ତଥା ଆକର୍ଷଣୀୟ ପେଣ୍ଡେଣ୍ଟ ସମ୍ଭାର ନେଇ ଆସିଛି । ଏହି ନୂଆ ପେଣ୍ଡେଣ୍ଟ ଗୁଡ଼ିକୁ ଆମର କୁଶଳୀ ଓ ଅଭିଜ୍ଞ କାରିଗରମାନଙ୍କ ଦ୍ୱାରା ୨୨ କ୍ୟାରେଟ୍ ସୁନାରେ ଡିଜାଇନ୍ କରାଯାଇଛି । ଏହା ନିଶ୍ଚିତ ଭାବରେ ଆପଣଙ୍କ ମନରେ ଶାନ୍ତି, ଧାର୍ମିକ ଚେତନା ଓ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବ ।” – ଅଭିଷେକ ରସ୍ତୋଗୀ, ମୁଖ୍ୟ ଅଳଙ୍କାର ଡିଜାଇନର୍, ଟାଇଟନ୍ କମ୍ପାନୀ ଲିମିଟେଡ୍

ସୁନା ଓ ହୀରା ଅଳଙ୍କାରର ଗଢ଼ା ମଜୁରୀ ଉପରେ ୨୫% ପର୍ଯ୍ୟନ୍ତ ରିହାତି ।
*ସର୍ତ୍ତାବଳୀ ଲାଗୁ

ସମ୍ବନ୍ଧିତ ଖବର