ନୂଆଦିଲ୍ଲୀ: ଆଇଡିବିଆଇ କ୍ୟାପିଟାଲ୍ ପକ୍ଷଭାରତୀୟ ଅର୍ଥନୀତିର ଆକାର ଓ ଅଭିବୃଦ୍ଧିକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ରୁ କରାଯାଇଥିବା ଆକଳନ ଅନୁଯାୟୀ ଭାରତ ୨୦୩୨ ସୁଦ୍ଧା ୧୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ। ପ୍ରତି ୧୮ ମାସ ବା ଦେଢ଼ ବର୍ଷରେ ୧ ଟ୍ରିଲିଅନ ଡଲାର ଲେଖାଏଁ ବଢ଼ିବ। କେବଳ ସେତିକି ନୁହେଁ, ୨୦୩୦ ମସିହା ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି କୁହାଯାଇଛି।
ଭାରତର ଅର୍ଥନୀତିକୁ ଅଧିକ ତ୍ବରାନ୍ବିତ କରିବାରେ ବଡ଼ ଭୂମିକା ନେବ ବିନିର୍ମାଣ ବା ମ୍ୟାନୁଫାକ୍ଚରିଂ। ଦେଶର ବର୍ଦ୍ଧିତ ଜିଭିଏ (ମୋଟ ମୂଲ୍ୟଯୋଗ)ରେ ଏହାର ଯୋଗଦାନ ୩୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଭଳି ପଦକ୍ଷେପ ଦେଶର ବିନିର୍ମାଣ କ୍ଷମତାକୁ ବଢ଼ାଇବା ସହିତ ଭାରତକୁ ବିଶ୍ବର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ ବୋଲି ଆଶା ରଖାଯାଇଛି। ଭାରତର ଅର୍ଥନୀତି ଆକାର ୧ ଟ୍ରିଲିଅନ ଡଲାରରେ ପହଞ୍ଚିବା ଲାଗି ୬୩ ବର୍ଷ ସମୟ (୧୯୪୭-୨୦୧୦) ଲାଗିଥିଲା। କିନ୍ତୁ ୨ ଟ୍ରିଲିଅନ ଡଲାରରେ ପହଞ୍ଚିବା ଲାଗି ଭାରତକୁ ୭ ବର୍ଷ ଲାଗିଛି।
୨୦୩୨ ସୁଦ୍ଧା ଅର୍ଥନୀତି ୧୦ ଟ୍ରିଲିଅନ ଡଲାର ହେବ
ପ୍ରତି ଦେଢ଼ବର୍ଷରେ ୧ ଟ୍ରିଲିଅନ ଡଲାର ବଢ଼ିବ
୨୦୧୭ରେ ଭାରତ ୨ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ତେବେ ଭାରତର ଅର୍ଥନୀତି ୨୦୨୦ରେ ୩ ଟ୍ରିଲିଅନ ଡଲାର ହୋଇଥିଲା। ଅର୍ଥାତ୍ ୨ ଟ୍ରିଲିଅନ ଡଲାରରୁ ୩ ଟ୍ରିଲିଅନ ଡଲାରରେ ପହଞ୍ଚିବା ଲାଗି ୩ ବର୍ଷ ସମୟ ଲାଗିଛି। ତେବେ କରୋନା ମହାମାରୀ କାରଣରୁ ଭାରତକୁ ୪ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାଲାଗି କିଛିଟା ଅଧିକ ସମୟ ଲାଗିଛି। ୨୦୨୪ ଶେଷ ସୁଦ୍ଧା ଭାରତ ୪ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ଆଗାମୀ ଦିନରେ ଭାରତର ଅଭିବୃଦ୍ଧି ହାର ଅଧିକ ରହିବ ବୋଲି କୁହାଯାଇଛି। ୨୦୨୪ରୁ ୨୦୩୨ ମଧ୍ୟରେ ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ୧୦ ଟ୍ରିଲିଅନ ଡଲାରରେ ପହଞ୍ଚିବ। ଉତ୍ପାଦନ, ରପ୍ତାନି ଏବଂ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ ଭଳି ଅନୁକୂଳ ସରକାରୀ ନୀତି ଅର୍ଥନୀତିକୁ ଆଗକୁ ନେବାରେ ବିଶେଷ ସହାୟକ ହେବ।
ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ରେ ଭାରତ ବିଶ୍ବରେ ପ୍ରମୁଖ ସ୍ଥାନ ନେବ। ଏ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜର୍ମାନୀ, ଦକ୍ଷିଣ କୋରିଆ ଏବଂ ଜାପାନକୁ ଭାରତ ଟପିଯିବ। ସେହିଭଳି ଭାରତର ରପ୍ତାନି ସାମର୍ଥ୍ୟ ମଧ୍ୟ ବଢ଼ିବ। ୨୦୩୦ ସୁଦ୍ଧା ଭାରତର ମୋଟ ଜିଡିପିରେ ରପ୍ତାନିର ଯୋଗଦାନ ୨୫ ପ୍ରତିଶତ ରହିବ। ୨୦୦୦ ମସିହାରେ ଭାରତର ରପ୍ତାନି ୬୧ ବିଲିଅନ ଡଲାର ଥିବାବେଳେ ୨୦୨୪ ସୁଦ୍ଧା ଏହା ୭୭୬.୭ ବିଲିଅନ ଡଲାରରେ ପହଞ୍ଚିବ।
ଦେଶରେ ଲୋକଙ୍କ ଆୟବୃଦ୍ଧି, ବିଶ୍ବ ଯୋଗାଣ ଶୃଙ୍ଖଳରେ ହେଉଥିବା ପରିବର୍ତ୍ତନ ଏବଂ ଅନୁକୂଳ ଆର୍ଥିକ ପରିବେଶ ଆଦି କାରଣରୁ ଭାରତରେ କଳକାରଖାନାର ଉତ୍ପାଦନ ଏବଂ ରପ୍ତାନି ବଢ଼ିବ। ଭାରତରେ ଉଭୟ ସରକାରୀ ଏବଂ ଘରୋଇ ପୁଞ୍ଜିବ୍ୟୟ ବଢ଼ୁଛି। ଏଥିସହିତ ମୋଟ ଜନସଂଖ୍ୟାରେ ଯୁବବର୍ଗଙ୍କ ସଂଖ୍ୟା ଅର୍ଥନୀତି ପାଇଁ ଅନୁକୂଳ ରହିଥିବାରୁ ଭାରତ ବିଶ୍ବରେ ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ଭାବେ ଉଭାହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/3nOTVijePlcTSxRcVAeU.jpg)