ରାଉରକେଲାରେ ‘ଗ୍ଲୋବାଲ ଦେଶୀ’ର ନୂଆ ଷ୍ଟୋର

ରାଉରକେଲା,: ଭାରତର ଫ୍ୟାସନ ପୋଷାକ ନିର୍ମାତା ବୋହୋ-ଚିକ୍‌ ବ୍ରାଣ୍ଡ୍‌ ‘ଗ୍ଲୋବାଲ ଦେଶୀ’ ପକ୍ଷରୁ ରାଉରକେଲାରେ ଏହାର ପ୍ରଥମ ଷ୍ଟୋର ଖୋଲିଛି। ଫ୍ୟାସନକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୦୮ରେ ଗ୍ଲୋବାଲ ଦେଶୀ ସ୍ଥାପନ ହୋଇଥିଲା। ଉକ୍ତ ଷ୍ଟୋରରେ ’ଗ୍ଲୋବାଲ ଦେଶୀ ଓ୍ଵିଣ୍ଟର ୧୭’ କଲେକ୍ସନ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ଲୋବାଲ ଦେଶୀର ମର୍ଚ୍ଚାଣ୍ଡାଇଜିଂ ଏବଂ ଇନୋଭେସନ ସଭାପତି ମୀନା ସେହରା କହିଛନ୍ତି ଯେ, ନିଜର ସ୍ୱତନ୍ତ୍ର ଷ୍ଟାଇଲ, ସ୍ୱତନ୍ତ୍ର ପ୍ରିଣ୍ଟ ଏବଂ ଟ୍ରେଣ୍ଡି ଛବି ପାଇଁ ଷ୍ଟୋର ଦେଶରେ ପରିଚିତ ହୋଇପାରିଛି। ରାଉରକେଲାରେ ନୂତନ ଷ୍ଟୋର ଗ୍ରାହକଙ୍କ ଆସ୍ଥାଭାଜନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର