ନୂଆଦିଲ୍ଲୀ: ଏସାର ଗ୍ରୁପର ମାଲିକ ତଥା ରୁଇଆ ପରିବାରର ରବି ରୁଇଆ ଲଣ୍ଡନରେ ୧୨୦୦ କୋଟି ଟଙ୍କା ମୂଲ୍ୟ ଏକ ବଙ୍ଗଳା କିଣିଛନ୍ତି। ତେବେ ଉକ୍ତ ସଂପତ୍ତି ସେ ରୁଷ୍ର ସଂପତ୍ତି ନିବେଶକ ଆଣ୍ଡ୍ରେ ଗୋଞ୍ଚାରେନକୋଙ୍କ ଠାରୁ କିଣିଛନ୍ତି। ଗୋଞ୍ଚାରେନକୋ ରୁଷ୍ର ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନିର ସହାୟକ ସଂସ୍ଥା ଗାଜପ୍ରମ ଇନଭେଷ୍ଟ ୟୁଗ୍ରର ପୂର୍ବତନ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ। ନିକଟ ଅତୀତରେ ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ହୋଇଥିବା ଆବାସ କିଣାବିକା ମଧ୍ୟରେ ଏହା ବଡ଼। ରୁଇଆଙ୍କ ପରିବାର କାର୍ଯ୍ୟାଳୟ ହାନୋଭର ଲଜ୍ ମାନସନକୁ କିଣିଛି। ଏହି ବଙ୍ଗଳା ୧୫୦ ପାର୍କ ରୋଡ୍ରେ ରହିଛି। ଉକ୍ତ ଘର ନିର୍ମାଣାଧୀନ ଅବସ୍ଥାରେ ରହିଛି। ଫ୍ୟାମିଲି କାର୍ଯ୍ୟାଳୟ ପାଇଁ ଏହା ଆକର୍ଷଣୀୟ ନିବେଶ ମୂଲ୍ୟରେ ଉପଲବ୍ଧ ହୋଇଛି ବୋଲି ରୁଇଆ ଫ୍ୟାମିଲି ଅଫିସ୍ର ପ୍ରବକ୍ତା ୱିଲିଆମ ରେଗୋ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp