କୋଲକାତା/ମୁମ୍ବାଇ: ଦେଶରେ ଆଗାମୀ ଦିନରେ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀର ଦାମ୍ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ ପ୍ୟାକେଟରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିପାରେ। ଏଫଏମ୍ସିଜି ଶିଳ୍ପ ସହ ଜଡ଼ିତ ବ୍ୟକ୍ତିଙ୍କ କହିବାନୁଯାୟୀ, ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ମୂଲ୍ୟ ବଢ଼ିଯାଇଛି। ଏଥିସହିତ ପ୍ରାଇସ୍ ଟ୍ୟାଗ୍କୁ ମଧ୍ୟ ବଢ଼ାଇ ଦିଆଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏତଦବ୍ୟତୀତ ଆସନ୍ତା ଜାନୁଆରିରୁ ଟିଭି ଏବଂ ଫ୍ରିଜ୍ର ଦାମ ମଧ୍ୟ ବୃଦ୍ଧି ଘଟିପାରେ। ନେସ୍ଲେ, ପାର୍ଲେ ଏବଂ ଆଇଟିସି ଭଳି କମ୍ପାନିଙ୍କ କହିବାନୁଯାୟୀ, ଗହମ ଏବଂ ଖାଇବା ତେଲ ଦାମ୍ ଇତିମଧ୍ୟରେ ୧୨ରୁ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି ବୃଦ୍ଧି ଲାଗି ରହିଲେ ଆମକୁ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିବ କିମ୍ବା ପ୍ୟାକେଟ ଆକାର ଛୋଟ କରିବାକୁ ପଡ଼ିପାରେ। କିଛିଦିନ ପୂର୍ବରୁ କ୍ଷୀର ଦାମ କେତେକ କମ୍ପାନି ବୃଦ୍ଧି କରିଛନ୍ତି। ଆଇଟିସି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ସୁମନ୍ତଙ୍କ କହିବାନୁଯାୟୀ, କଞ୍ଚାମାଲ ମୂଲ୍ୟରେ ବୃଦ୍ଧି ଘଟିଛି। ମାର୍କେଟ ଲିଡରମାନେ ସେମାନଙ୍କ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି ପାରନ୍ତି ଏବଂ ଏହା ଖୁବ୍ଶୀଘ୍ର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏତଦବ୍ୟତୀତ କମ୍ ବିଜୁଳି ଖର୍ଚ୍ଚ ହେଉଥିବା ଅର୍ଥାତ୍ ଅତ୍ୟାଧୁନିକ ପ୍ରଯୁକ୍ତିରେ ଚାଲୁଥିବା ଫ୍ରିଜ୍ ଏବଂ ଟିଭିର ଦର ମଧ୍ୟ ବଢ଼ିବା ପ୍ରାୟ ନିଶ୍ଚିତ।
କଞ୍ଚାମାଲ ଦର ବଢ଼ୁଛି, ଆଗକୁ ମହଙ୍ଗା ମାଡ଼
ଗହମ, ଖାଇବା ତେଲ ଦର ୨୦% ପର୍ଯ୍ୟନ୍ତ ବଢ଼ିଲାଣି, ଦର ବୃଦ୍ଧି କିମ୍ବା ପ୍ୟାକେଟ୍ ଛୋଟ କରିପାରନ୍ତି କମ୍ପାନି
/sambad/media/post_attachments/wp-content/uploads/2019/12/op.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)