ରେମଣ୍ଡ୍‌ ଖୋଲିଲା ନୂଆ ସୋ’ରୁମ୍

ଭୁବନେଶ୍ବର: ‌କଳାମନ୍ଦିର ଗ୍ରୁପ୍‌ ଦ୍ବାରା ପଟିଆ ମେନରୋଡ୍‌ରେ ରେମଣ୍ଡ୍‌ର ନୂଆ ସୋ’ରୁମ୍ ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ବର ପୁଲିସ କମିସନର ସତ୍ୟଜିତ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସୋ’ରୁମ୍‌ର ତତ୍ତ୍ବାବଧାୟକ ରାଜପାଲ ସିଂହ ଅରୋରା କହିଛନ୍ତି ଯେ, ମେଣ୍ଡ ୧୯୨୫ ମସିହାରୁ ଗ୍ରାହକମାନଙ୍କୁ ଉନ୍ନତ ଗୁଣମାନର ପୋଷାକ ପ୍ରଦାନ କରୁଛି। ଏହା ଦେଶର ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିବା ବେଳେ ବୃହତ ବିତରଣ ବ୍ୟବସ୍ଥା ଏହାକୁ ଦେଶର ଅନ୍ୟତମ ବଡ଼ ଖୁଚୁରା ଷ୍ଟୋର୍‌ରେ ପରିଣତ କରିଛି। ଗ୍ରାହକମାନଙ୍କୁ ସବୁ ବେଳେ ନିଜ ଉତ୍ପାଦ ଜରିଆରେ କଂପାନି ଖୁସି କରିବାକୁ ପ୍ରୟାସ କରୁଛି। ଦେଶର ୩୮୦ରୁ ଅଧିକ ସହରରେ ୧୧୦୦ରୁ ଅଧିକ ଷ୍ଟୋର୍‌ ଖୋଲି କଂପାନି ଗ୍ରାହକମାନଙ୍କ ପାଖରେ ସାମଗ୍ରୀ ପହଞ୍ଚାଉଛି। ରେମଣ୍ଡ୍‌ ସୋ’ରୁମ୍‌ରେ ଗ୍ରାହକମାନେ କପଡ଼ା ସହିତ ରେଡି ଟୁ ଓୟାର ପୋଷାକ, ରେମଣ୍ଡ୍‌, ପାର୍କ ଆଭେନ୍ୟୁ, କଲର ପ୍ଲସ୍‌ ଓ ପାର୍କସ୍‌ ଭଳି ବ୍ରାଣ୍ଡ୍‌ର ପୋଷାକ କିଣିପାରିବେ। ଏହା ବ୍ୟତୀତ ଏଠାରେ ପୋଷାକ ସିଲାଇ ସୁବିଧା ମଧ୍ୟ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର