ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଆପଣଙ୍କ ଆକାଉଣ୍ଟ ଅଛି ନା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) କର୍ଣ୍ଣାଟକର ଡେକାନ ଅର୍ବନ କୋ ଅପରେଟିଭ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି | ବ୍ୟାଙ୍କର ଦେବାଳିଆ ଆର୍ଥିକ ସ୍ଥିତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ପ୍ରତିବନ୍ଧକ ଭାବେ ବ୍ୟାଙ୍କ ଆଗାମୀ ୬ ମାସ ଯାଏଁ କୌଣସି ଆର୍ଥିକ ନେଣଦେଣ କରିପାରିବ ନାହିଁ | ଅର୍ଥାତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବ ନାହିଁ କିମ୍ବା କେହି ନୂଆ ଗ୍ରାହକ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ନାହିଁ |

ତେବେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ ଭାବେ କହିଛି | ଆରବିଆଇ ପକ୍ଷରୁ କୁହାଯାଇଛି ଯେ ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କୁ ଋଣ ଦିଆଯାଇପାରିବନାହିଁ କିମ୍ବା କୌଣସି ନୂଆ ଜମା ରାଶି ଗ୍ରହଣ କରାଯିବ ନାହିଁ |

ଏହା ସହ ବ୍ୟାଙ୍କର ଆକାଉଣ୍ଟଧାରୀ ୬ ମାସ ମଧ୍ୟରେ କେବଳ ୧ ହଜାର ଟଙ୍କା ହିଁ ଉଠାଇପାରିବେ ବୋଲି କୁହାଯାଇଛି | ସୂଚନା ଥାଉ କି ଆରବିଆଇ ବ୍ୟାଙ୍କର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଯେ ୧୮ ଫେବୃୟାରୀରୁ ୬ ମାସ ଯାଏଁ କୌଣସି ଲୋନ ଦିଆଯିବ ନାହିଁ | ବ୍ୟାଙ୍କର ଅବସ୍ଥା ସୁଧୁରିବା ପରେ ହିଁ ସମୀକ୍ଷା କରାଯିବ, ଏହା ପରେ ୬ ମାସର ପ୍ରତିବନ୍ଧକ ଉଠାଯିବା ଉପରେ ବିଚାର କରାଯିବ |

ସମ୍ବନ୍ଧିତ ଖବର