ଆମାଜନ ପେ ଉପରେ ୩ କୋଟିର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆମାଜନ ପେ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୩.୦୬ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇଛି ।  ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ଏବଂ ନୋ ୟୋର କଷ୍ଟମର (କେୱାଇସି) ସମ୍ବନ୍ଧୀୟ କେତେକ ନିୟମକୁ କମ୍ପାନି ପାଳନ କରୁନଥିବାରୁ ଏହି ଜରିମାନା ଲାଗୁ କରାଯାଇଛି  ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ଆରବିଆଇ ଆମାଜନ ପେ(ଇଣ୍ଡିଆ)କୁ କାରଣ ଦର୍ଶାଅ ନୋଟିସ ଜାରି କରି ପଚାରିଥିଲା ଯେ ନିର୍ଦ୍ଦେଶାବଳୀ ପାଳନ ନ କରିବା ପାଇଁ କାହିଁକି ଜରିମାନା ଆଦାୟ କରାଯିବ ନାହିଁ ? କଂପାନିର ଜବାବକୁ ବିଚାର କରିବା ପରେ ଆରବିଆଇ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ ଏହାର ନିୟମ ପାଳନ ନ କରିବା ଅଭିଯୋଗ ସତ ଏବଂ ଏଭଳି ପରିସ୍ଥିତିରେ ଏହା ଉପରେ ଆର୍ଥିକ ଜରିମାନା ଆଦାୟ କରାଯାଇଛି ।

ତେବେ ରିଜର୍ଭ ବ୍ୟାଙ୍କ କହିଛି ଯେ ନିୟାମକ ଅନୁପାଳନରେ ତ୍ରୁଟି କାରଣରୁ ଏହି ଜରିମାନା ଆଦାୟ କରାଯାଇଛି ଏବଂ ଆମାଜନ ପେ (ଭାରତ) ଏହାର ଗ୍ରାହକଙ୍କ ସହ କରିଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସୂଚନାଯୋଗ୍ୟ ଯେ ଆମାଜନ ପେ ୟୁପିଆଇ ଭିତ୍ତିକ ପେମେଣ୍ଟ ସେବା ଯୋଗାଇଥାଏ ।

ସମ୍ବନ୍ଧିତ ଖବର