ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ୧୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାକୁ ଯାଉଛି। ମହାତ୍ମା ଗାନ୍ଧୀ ସିରିଜ୍‌ରେ ପ୍ରକାଶିତ ହେବାକୁ ଯାଉଥିବା ଏହି ନୂତନ ତଥା ପରିବର୍ତ୍ତିତ ନୋଟ୍‌ ମୋଟାମୋଟି ଚକ୍‌ଲିଟ୍‌ ବାଦାମୀ ରଙ୍ଗ ଭଳି ଦେଖାଯିବ।

Advertisment

ଏଥିରେ ରହିବ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ଚିତ୍ର।

ଗତ ସପ୍ତାହରେ ଡିଜାଇନ୍‌ ସରକାରଙ୍କ ଅନୁମୋଦନ ପାଇବା ପରେ ରିଜର୍ଭ ବ୍ୟାଙ୍କ୍‌ ପ୍ରାୟ ୧୦୦ କୋଟି ସଂଖ୍ୟକ ନୂତନ ୧୦ ଟଙ୍କିଆ ନୋଟ୍‌ ଛାପି ସାରିଛି।

ଶେଷ ଥର ଲାଗି ୨୦୦୫ ମସିହାରେ ୧୦ ଟଙ୍କିଆ ନୋଟ୍‌ରେ ପରିବର୍ତ୍ତନ କରାଯାଇଥିଲା।

୨୦୧୬ ନଭେମ୍ବରରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌ ଅଚଳ ଘୋଷିତ ହେବା ପରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ୨୦୦୦ ଏବଂ ନୂତନ ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲା।

ଗତ ବର୍ଷ ଅଗଷ୍ଟ ମାସରେ ରିଜର୍ଭ ବ୍ୟାଙ୍କ୍‌ ୨୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଛି। ଏହାଛଡ଼ା ନୀଳ ରଙ୍ଗର ଏକ ୫୦ ଟଙ୍କିଆ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ ପ୍ରଚଳନ କରିଥିଲା।