କିପରି ବଦଳେଇବେ ଚିରାଫଟା ୨୦୦୦ ଟଙ୍କା ଓ ୨୦୦ ଟଙ୍କା ନୋଟ ? ରିଜର୍ଭ ବ୍ୟାଙ୍କ ଆଣିଲା ଚିରାଫଟା ନୋଟ ବଦଳ ପାଇଁ ନୂଆ ନିୟମ

ମୁମ୍ବାଇ : ଏଣିକି ଲୋକମାନଙ୍କଠାରୁ ନୋଟ ଗ୍ରହଣ କରିବା ବେଳେ ତାହାକୁ ଭଲଭାବରେ ଦେଖିନିଅନ୍ତୁ, ତାହା ଚିରାଫଟା ନୁହେଁ ତ? ଯଦି ନୋଟଟି ଟିକିଏ ଚିରିଛି ତେବେ ବୋଧହୁଏ ଆପଣ ତାହାକୁ ସଂପୂର୍ଣ୍ଣ ମୂଲ୍ୟରେ ବହଳେଇପାରିବେ । କିନ୍ତୁ ଯଦି ତାହା ଅଧିକ ଚିରି ଯାଇଛି ତେବେ ତାହାର ଆଂଶିକ ମୂଲ୍ୟ ପାଇପାରନ୍ତି ବା ରିଜର୍ଭ ବ୍ୟାଙ୍କ ବଦଳାଇବାକୁ ମନାମଧ୍ୟ କରିପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଚିରାଫଟା ନୋଟ ବଦଳ ନିୟମରେ କେତେକ ସଂଶୋଧନ ଆଣିଛି । ଏ ସଂପର୍କରେ ଗତ କାଲି ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିୟମାବଳୀରେ ନୂଆକରି ଦେଶରେ ପ୍ରଚଳନ ହେଉଥିବା ୨୦୦୦ ଟଙ୍କିଆ ଓ ୨୦୦ ଟଙ୍କିଆ ନୋଟ ବଦଳାଇବା ସଂପର୍କିତ ନିୟମକୁ ସାମିଲ କରାଯାଇଛି । ପୂର୍ବରୁ ଅନ୍ୟ କାଗଜ ନୋଟ ଗୁଡ଼ିକୁ ବଦଳାଇବା ସଂପର୍କରେ ନିୟମ ଥିଲା । କିନ୍ତୁ ଗତ ୨୦୧୬ରେ ୨୦୦୦ ଟଙ୍କିଆ ଓ ୨୦୧୭ରେ ୨୦୦ ଟଙ୍କିଆ ନୋଟ ବାହାରି ଥିବାରୁ ଏହି ଦୁଇଟି ନୋଟର ବଦଳ ଲାଗି କୌଣସି ନିୟମ ନଥିଲା । ଏଥିପାଇଁ ନିୟମରେ ସଂଶୋଧନ ଆବଶ୍ୟକ ଥିଲା ।

ଏହି ନୂଆ ନିୟମ ଆସିବା ପରେ ଏଣିକି ଲୋକମାନେ ଚିରାଫଟା ୨୦୦୦ ଟଙ୍କା, ୨୦୦ ଟଙ୍କା ନୋଟ ରିଜର୍ଭ ବ୍ୟାଙ୍କ ଓ କେତେକ କ୍ଷମତାପ୍ରାପ୍ତ ବ୍ୟାଙ୍କ ଶାଖାରେ ବଦଳାଇପାରିବେ । ତେବେ ଏହି ନୋଟ ବଦଳରେ କେତେ ଟଙ୍କା ମିଳିବ ତାହା ଉକ୍ତ ନୋଟର ଅବସ୍ଥା ଉପରେ ନିର୍ଭର କରେ । ଅର୍ଥାତ ଯଦି ନୋଟଟି ଟିକିଏ ଚିରିଛି ତେବେ ବୋଧହୁଏ ଆପଣ ତାହାକୁ ସଂପୂର୍ଣ୍ଣ ମୂଲ୍ୟରେ ବହଳେଇପାରିବେ । କିନ୍ତୁ ଯଦି ତାହା ଅଧିକ ଚିରି ଯାଇଛି ତେବେ ତାହାର ଆଂଶିକ ମୂଲ୍ୟ ପାଇପାରନ୍ତି ବା ରିଜର୍ଭ ବ୍ୟାଙ୍କ ବଦଳାଇବାକୁ ମନାମଧ୍ୟ କରିପାରେ ।

ସମ୍ବନ୍ଧିତ ଖବର