ଭାରତୀୟ ଟଙ୍କା ଚୀନରେ କାହିଁକି ଛପେଇବୁ ? ରିଜର୍ଭ ବ୍ୟାଙ୍କର ପ୍ରଶ୍ନ

ନୂଆଦିଲ୍ଲୀ : ଚୀନରେ ଭାରତୀୟ ଟଙ୍କା ଛପା ହେଉଥିବା ଖବରକୁ ଖଣ୍ଡନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶରେ ପ୍ରଚଳିତ ସବୁଟଙ୍କା ଭାରତରେ ଥିବା ସରକାରୀ ମୁଦ୍ରାଶାଳରେ ଛପାହୁଏ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି । ଅନ୍ୟପକ୍ଷରେ ଚୀନ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦିିବି ଚୀନ ଅନ୍ୟଦେଶର ମୁଦ୍ରା ଛପାଉଥାଏ, ତେବେ ସେ ଦେଶର ସୁରକ୍ଷାକୁ ବିପନ୍ନ କରିବ ନାହିଁ । କିନ୍ତୁ ସେ ଭାରତୀୟ ଟଙ୍କା ଛପାହେଉଥିବା ଖବର ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ମନ୍ତବ୍ୟ ଦେଇନାହାନ୍ତି ।

ଗତ କାଲି ହଂକଂରୁ ପ୍ରକାଶିତ ଦି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ରିପୋର୍ଟରେ କୁହାଯାଇ ଯେ ଚୀନର ବିଭିନ୍ନ ଟଙ୍କା ଛପାଖାନାରେ ଗତ କିଛିଦିନ ହେବ ବିପୁଳ ପରିମାଣର ବିଦେଶୀ ଟଙ୍କା ଛପା ଯାଉଛି। ଚାଇନା ବ୍ୟାଙ୍କନୋଟ୍ ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରସନର ଅଧ୍ୟକ୍ଷ ଲୁଇ ଗୁଇସେଙ୍ଗଙ୍କ ଏକ ଆଲେଖକୁ ଭିତ୍ତି କରି ‘ଦି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ ରିପୋର୍ଟ କରିଛି ଯେ , ଚୀନ ସରକାର ଭାରତ ସମେତ ବିଭିନ୍ନ ବିଦେଶୀ ରାଷ୍ଟ୍ର ଟଙ୍କା ଛପାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ବିଭିନ୍ନ ଟଙ୍କା ଛପା କାରଖାନାରେ କାର୍ଯ୍ୟଭାର ଖୁବ୍ ବଢ଼ି ଯାଇଛି। ବିଶେଷକରି ୨୦୧୩ର ବେଲ୍ଟ ଆଣ୍ଡ ରୋଡ୍ ପ୍ଲାନ୍ ପରେ ଚୀନ୍ରେ ଟଙ୍କା ଛପାଇବା ପାଇଁ ଚୀନ ସରକାର ସଫଳତାର ସହିତ ଅନ୍ୟ ଦେଶକୁ ମନାଇପାରିଛନ୍ତି ଓ ଏଥିପାଇଁ ଚୁକ୍ତି ମଧ୍ୟ କରିଛନ୍ତି। ଏଥିରେ ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ, ଭାରତ, ବ୍ରାଜିଲ ଓ ପୋଲାଣ୍ଡ ପରି ଦେଶ ଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର