ସିଣ୍ଡିକେଟ ବ୍ୟାଙ୍କ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ନିୟମ ଉଲ୍ଲଙ୍ଘନ କରିଥିବାରୁ ତିନିଟି ବ୍ୟାଙ୍କ ଉପରେ କଡା ପଦକ୍ଷେପ ନେଇଛି ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ | ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କ ଉପରେ ଜରିମାନା ଲଗାଯାଇଛି | ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ୧ କୋଟି ଟଙ୍କା ଓ ସିଣ୍ଡିକେଟ ବ୍ୟାଙ୍କ ଉପରେ ୭୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି |

ସମ୍ପତ୍ତି ବର୍ଗୀକରଣ ଓ ଠକେଇର ପତ୍ତା ଲଗାଇବାକୁ ହୋଇଥିବା ନିୟମ ଉଲ୍ଲଙ୍ଘନ ନେଇ ଏହି ଜରିମାନା ରାଶି ଲଗାଯାଇଛି | ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏହି ଜରିମାନା ଲଗାଯାଇଛି |

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅକ୍ଟୋବର ୧୪ରେ ଜରିମାନା ସମ୍ବଦ୍ଧିତ ଆଦେଶ ଜାରି କରାଯାଇଛି | ଏହା ସହ ୟେସ ବ୍ୟାଙ୍କର ଅଧ୍ୟକ୍ଷ ରାଣା କପୁରଙ୍କୁ ତାଙ୍କ ପଦରୁ ରିଜର୍ଭ ବ୍ୟାଙ୍କ ଜବରଦସ୍ତ ଭାବେ ହଟାଇଦେଇଛି | ଆରବିଆଇକୁ ତଥ୍ୟ ଲୁଚାଇବା ମାମଲାରେ ଏଭଳି ପଦକ୍ଷେପ ଆରବିଆଇ ନେଇଛି |

ସମ୍ବନ୍ଧିତ ଖବର