ଏଟିଏମ ଦେୟର ସମୀକ୍ଷା ପାଇଁ ସ୍ୱତନ୍ତ୍ର କମିଟି ଗଠନ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଦେଶରେ ଏଟିଏମଗୁଡ଼ିକର କାରବାର ବଢିଚାଲିଥିବାବେଳେ ଏଗୁଡିକର ଦେୟକୁ ନେଇ ବିଭିନ୍ନ ସମସ୍ତରେ ଅଭିଯୋଗ ରହିଆସିଛି । ଏଟିଏମଗୁଡ଼ିକର ଦେୟ, ଅନ୍ୟବ୍ୟାଙ୍କ ଏଟିଏମ ବ୍ୟବହାର କଲେ ଦେୟକୁ ନେଇ ଅନେକ ଅଭିଯୋଗ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏକ କମିଟି ଗଠନ କରିଛି । ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନର ସିଇଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । କମିଟି ଗଠନ ହେବାର ୨ ମାସ ମଧ୍ୟରେ ଏହି କମିଟି ରିଜର୍ଭ ବ୍ୟାଙ୍କକୁ ନିଜର ରିପୋର୍ଟ ପ୍ରଦାନ କରିବ ।

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ଆଜି ୨୫ ବେସିସ ପଏଣ୍ଟ ବା ୦.୨୫ ପ୍ରତିଶତ ହ୍ରାସ କରାଯାଇ ୫.୭୫ ପ୍ରତିଶତ କରାଯାଇଛି । ଗତ ୩ ତରିଖଠାରୁ ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ଗତ ଏପ୍ରିଲ ମାସରେ ଘୋଷିତ ଋଣନୀତି ସମୀକ୍ଷାରେ ମଧ୍ୟ ରେପୋହାର ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିଲା ।

ସମ୍ବନ୍ଧିତ ଖବର