ରିଜର୍ଭ ବ୍ୟାଙ୍କ ପାଖରେ ଅଛି ୭୬୦ ଟନ ସୁନା, ବର୍ଷକ ମଧ୍ୟରେ କିଣାଯାଇଛି ୨ ଗୁଣ ସୁନା

ନୂଆଦିଲ୍ଲୀ: ଆପଣ ଦେଖୁଥିବା ନୋଟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରଚଳିତ କରିଥାଏ, ଏକଥା ତ ଜାଣିଥିବେ | କିନ୍ତୁ ଆପଣ ଜାଣିଛନ୍ତି କି ନୋଟ ଓ ମୁଦ୍ରା ଛଡା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପାଖରେ ପ୍ରଚୁର ପରିମାଣର ସୁନା ମଧ୍ୟ ଗଛିତ ଅଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ଏକ ବର୍ଷ ମଧ୍ୟରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ (ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ସୁନା କ୍ରୟକୁ ଦ୍ୱିଗୁଣିତ କରିଛି | ୨୦୨୧-୨୨ ମସିହାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୬୫ ଟନ୍ ସୁନା କିଣିଛି | ଏହାକୁ ମିଶାଇ ବର୍ତ୍ତମାନ ଆରବିଆଇର ମୋଟ ସୁନା ଷ୍ଟକ୍ ୭୬୦.୪୨ ଟନକୁ ବୃଦ୍ଧି ପାଇଛି |

ବାସ୍ତବରେ, ଗ୍ଲୋବାଲ୍ ଫାଇନାନ୍ସିଆଲ୍ ମାର୍କେଟରେ ଥିବା ଅସ୍ଥିରତାକୁ ଧ୍ୟାନରେ ରଖି ଆରବିଆଇ ଭଲ ରିଟର୍ଣ୍ଣ ଏବଂ ସୁରକ୍ଷିତ ବିନିଯୋଗ ପାଇଁ ଅନେକ ସୁନା କିଣିଛି | ଆରବିଆଇ ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ମଧ୍ୟରେ ଆରବିଆଇ ୩୩.୯ ଟନ୍ ସୁନା କିଣିଛି | କିନ୍ତୁ ୨୦୨୧-୨୨ ମସିହାରେ, ଆରବିଆଇ ପ୍ରାୟ ଦୁଇଗୁଣ ଅର୍ଥାତ୍ ୬୫ ଟନ୍ ସୁନା କିଣିଛି |

ଯଦି ଆମେ ଆରବିଆଇର ସୁନା ହୋଲଡିଂର ମୂଲ୍ୟକୁ ଦେଖିବା ତେବେ ଏହା ୩୦ ପ୍ରତିଶତ ବୃଦ୍ଧି ହୋଇ ୩.୨୨ ଲକ୍ଷ କୋଟିରେ ପହଞ୍ଚିଛି। ମାର୍ଚ୍ଚ ୩୧, ୨୦୨୨ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଆରବିଆଇର ୭୬୦.୪୨ ଟନ୍ ସୁନା ଥିଲା | ସେଥିମଧ୍ୟରୁ ୪୫୩.୫୨ ଟନ୍ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟଲେମେଣ୍ଟରେ ରଖାଯାଇଛି | ସେହିପରି ୨୯୫.୮୨ ଟନ୍ ସୁନା ଭାରତରେ ଅଛି |

ସମ୍ବନ୍ଧିତ ଖବର