ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିବା ପରେ ଦେବାସରେ ଥିବା ନୋଟ୍ ଛପା କାରଖାନାର କାମ ବଢ଼ିଯାଇଛି। ବଜାରରେ ନୋଟ୍‌ର ଅଭାବ ଦେଖାଦେବା ଆଶଙ୍କା ଥିବାରୁ ତାହା ଦୂର କରିବା ଲାଗି ୫୦୦ ଟଙ୍କିଆ ଛପାଇବା ବଢ଼ାଇ ଦିଆଯାଇଛି।

Advertisment

କାରଖାନାରେ ଦୈନିକ ୨ କୋଟି ୨୦ ଲକ୍ଷରୁ ଅଧିକ ଖଣ୍ଡ ୫୦୦ ଟଙ୍କିଆ ଛପା ହେବ ବୋଲି ନିଷ୍ପତ୍ତି ହୋଇଛି। ସେଥିପାଇଁ କର୍ମଚାରୀମାନଙ୍କୁ ଲମ୍ବା ସିଫ୍ଟରେ କାମ କରିବାକୁ ପଡ଼ିବ ଏବ ମେସିନ୍ ପ୍ରାୟ ୨୨ ଘଣ୍ଟା ଚାଲୁ ରହିବ।

୨୦୦୦ଟଙ୍କିଆ ନୋଟ ପ୍ରତ୍ୟାହାର ଓ ୫୦୦ ଟଙ୍କିଆ ନୋଟ  ଛପା ବୃଦ୍ଧି ମଧ୍ୟରେ ଲୋକଙ୍କ ମନରେ ଆଉ ଏକ ଖବର ଉଠିଛି କି ପୁଣିଥରେ ୧୦୦୦ଟଙ୍କିଆ ନୋଟ ଆସିବ କି? ଏହି ପ୍ରସଙ୍ଗରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରି ଦେଇଛନ୍ତି, ‘କି ବଜାରକୁ ୧୦୦୦ଟଙ୍କିଆ ନୋଟ ଆସିବ‌ାର ଏଯାବତ କୌଣସି ଯୋଜନା ନାହିଁ। ଆଗକୁ ‌କ’ଣ ହେବ ସେ ବିଷୟରେ ବି ଚିନ୍ତା କରାଯାଇ ନାହିଁ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ ତାରିଖରେ ଟେଲିଭିଜନ ଜରିଆରେ ଘୋଷଣା କରି କହିଥିଲେ କି, ‘୧୦୦୦ଟଙ୍କା ଓ ୫୦୦ଟଙ୍କିଆ ନୋଟକୁ ବନ୍ଦ କରି ଦିଆଯାଉଛି। ଦେଶରେ ବିମୁଦ୍ରୀକରଣର ନିଷ୍ପତ୍ତି କଳାଧନ କାରବାରକୁ ହ୍ରାସ କରିବା ପାଇଁ ନିଆଯାଇଥିଲା। ଏହାପରେ ଲୋକେ ନିଜନିଜ ପାଖରେ ଜମା ଥିବା ୧୦୦୦ ଓ ୫୦୦ଟଙ୍କିଆ ନୋଟକୁ ବଦଳାଇବା ପାଇଁ ବ୍ୟାଙ୍କରେ ଲମ୍ବା ଧାଡ଼ି ଲଗାଇଥିଲେ। ଏହି ସମୟରେ ଅନେକ ଘଟଣା ଓ ଦୁର୍ଘଟଣାର ଲୋକେ ସାମ୍ନା ବି କରି୍‌ଥିଲେ।