ସଂସଦୀୟ କମିଟି ଆଗରେ ହାଜର ହେଲେ  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର  ଉର୍ଜିତ ପଟେଲ

ନୂଆଦିଲ୍ଲୀ :  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଆଜି ଅର୍ଥ ସଂପର୍କିତ ସଂସଦୀୟ କମିଟି ଆଗରେ ହାଜିର ହୋଇ ବ୍ୟାଙ୍କ ବ୍ୟବସ୍ଥାର ବର୍ତ୍ତମାନ ଅବସ୍ଥା ଓ ଏ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଲିଖିତ ମତ ରଖିଛନ୍ତି । ଏହି ସଂସଦୀୟ କମିଟି ଆଗରେ ସେ ଗତ ୧୨ ତାରିଖରେ ହାଜିର ହେବାର ଥିଲା । ତେବେ ପରେ ଏହାକୁ ଆଜି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।

ସଂସଦୀୟ କମିଟି ଆଗରେ ହାଜର ହୋଇ ସେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ଏନପିଏ ସ୍ଥିତି, ଗତ ୨୦୧୬, ନଭେମ୍ବର ୮ରେ ହୋଇଥିବା ବିମୁଦ୍ରାୟନର ପ୍ରଭାବ, ରିଜର୍ଭ ବ୍ୟାଙ୍କରେ ସଂସ୍କାର ଆଦି ପ୍ରସଙ୍ଗ ଉପରେ ନିଜର ଲିଖିତ ମତାମତ ରଖିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି କମିଟିର ମୁଖ୍ୟ କଂଗ୍ରେସ ନେତା ବିରାପ୍ପା ମୋଇଲି ଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏଥିରେ ସଦସ୍ୟ ରହିଛନ୍ତି ।  ଉର୍ଜିତ ପଟେଲ ଏପରି ସମୟରେ ସଂସଦୀୟ କମିଟି ଆଗରେ ହାଜିର ହୋଇଛନ୍ତି ଯେତେବେଳେ କି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ କେତେକ ବିଷୟକୁ ନେଇ ମତଭେଦ ବାହାରକୁ ଆସିଛି ।

ସମ୍ବନ୍ଧିତ ଖବର