ଜାନୁଆରି ୧ରୁ ଏଟିଏମ ବ୍ୟବହାର ପାଇଁ ଗ୍ରାହକଙ୍କୁ ଅଧିକ ଶୁଳକ ଦେବାକୁ ପଡ଼ିବ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଟିଏମ ଇଣ୍ଟରଚେଞ୍ଜ ଚାର୍ଜକୁ ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରାଯ଼ାଇଛି । ଏହି ବର୍ଦ୍ଧିତ ଦେୟ ଅଗଷ୍ଟ ୧, ୨୦୨୧ରୁ ଲାଗୁ ହେବ । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଟିଏମ ବ୍ୟବହାର ଦେୟକୁ ୨୦ ଟଙ୍କାରୁ ୨୧ ଟଙ୍କାକୁ ମଧ୍ୟ ବୃଦ୍ଧି କରାଯ଼ାଇଛି । ଏହି ବର୍ଦ୍ଧିତ ଦେୟ ଜାନୁଆରି ୧, ୨୦୨୨ରୁ ଲାଗୁ ହେବ ।
ଗୋଟିଏ ବ୍ୟାଙ୍କର ଏଟିଏମ କାର୍ଡ ରଖିଥିବା ଗ୍ରାହକ ଯ଼ଦି ଅନ୍ୟ ଏକ ବ୍ୟାଙ୍କର ଏଟିଏମ ବ୍ୟବହାର କରନ୍ତି ତେବେ ପ୍ରଥମ ବ୍ୟାଙ୍କଟି ଦ୍ବିତୀୟ ବ୍ୟାଙ୍କକୁ ଇଣ୍ଟରଚେଞ୍ଜ ଚାର୍ଜ ଦେଇଥାନ୍ତି । ଶେଷଥର ପାଇଁ ଗତ ୨୦୧୨ରେ ଏହି ଦେୟ ବୃଦ୍ଧି କରାଯ଼ାଇଥିଲା ।
ଇଣ୍ଟରଚେଞ୍ଜ ଚାର୍ଜ ବୃଦ୍ଧି କରାଯ଼ାଇଥିବାରୁ ବ୍ୟାଙ୍କମାନଙ୍କ କ୍ଷତି ଭରଣା କରିବାକୁ ଜାନୁଆରି ୧, ୨୦୨୨ରୁ ଗ୍ରାହକଙ୍କ ପାଇଁ ଏମଟିଏ ବ୍ୟବହାର ଦେୟକୁ ୨୦ ଟଙ୍କାରୁ ୨୧ ଟଙ୍କାକୁ ବୃଦ୍ଧି କରାଯ଼ାଇଛି ।
ବର୍ତ୍ତମାନ ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମରେ ମାସକୁ ବିନା ଶୁଳକରେ ୫ ଥର କାରବାର କରିପାରିବେ । ଅନ୍ୟ ବ୍ୟାଙ୍କ ଏଟିଏମ ପାଇଁ ମହାନଗର ଅଂଚଳରେ ମାସକୁ ୩ଟି ଓ ଅଣମହାନଗର ଅଂଚଳରେ ମାସକୁ ୫ଟି ବିନା ଶୁଳକରେ ଏଟିଏମ ବ୍ୟବହାର କରିହେବ । ଏହି ସୀମାଠାରୁ ଅଧିକ ହେଲେ ଗ୍ରାହକଙ୍କ ଏଟିଏମ ବ୍ୟବହାର ଶୁଳକ ଦେବାକୁ ପଡ଼ିବ ।

ସମ୍ବନ୍ଧିତ ଖବର