୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍; କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ଆର୍ଥିକ ପୁନଃଉତ୍ଥାନର ପ୍ରାରମ୍ଭିକ ଲକ୍ଷଣ ନିଷ୍ପ୍ରଭ ହୋଇଗଲା: ଆର୍ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: ‘ମନିଟାରି ପଲିସି କମିଟି’ର ଛଅ ସଦସ୍ୟବିଶିଷ୍ଟ ବୈଠକ ପରେ ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ ରଖାଯାଇଛି। ରିଜର୍ଭ ରେପୋ ରେଟ୍ ମଧ୍ୟ ୩. ୩%ରେ ଅପରିବର୍ତ୍ତିତ ରଖାଯାଇଥିବା କଥା ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ମେ ଓ ଜୁନ୍ରେ ଦେଖା ଦେଇଥିବା ଅର୍ଥନୈତିକ ପୁନଃଉତ୍ଥାନ ଲକ୍ଷଣକୁ ଜୁଲାଇ ମାସରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ନିଷ୍ପ୍ରଭ ବା ଅବଦମିତ କରିଦେଇଛି।
ଏହା ଥିଲା ‘ମନିଟାରି ପଲିସି କମିଟି’ର ୨୪ତମ ବୈଠକ।
ଆର୍ଥିକ ନୀତି ପ୍ରସ୍ତୁତ କରିବା ବେଳେ ରିଜର୍ଭ ବ୍ୟାଙ୍କ୍ ମୁଖ୍ୟତଃ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍’ ଆଧାର କରିଥାଏ। ବିଶେଷତଃ ମାଂସ, ଶସ୍ୟ ଓ ଡାଲି ଭଳି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଜୁନ୍ ମାସରେ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍’ ଆଧାରିତ ଖାଉଟି ମୁଦ୍ରାସ୍ଫିତି ୬.୦୯%କୁ ବୃଦ୍ଧି ପାଇଥିଲା।
ଅଗଷ୍ଟ ୧୨ ତାରିଖ ଦିନ ଜୁଲାଇ ମାସର ମୁଦ୍ରାସ୍ଫିତି ହାର ଘୋଷଣା କରାଯିବ।