ଡଲାର ତୁଳନାରେ ଟଙ୍କା ୭୪ ଟପିଲା, ରେପୋହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ବଢିଚାଲିଥିବା ତେଲ ଦର ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଆଜି ରେପୋହାର ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ଏହା ଫଳରେ ଋଣ କିସ୍ତି ଶସ୍ତା ହେବାନେଇ ଯେଉଁ ଆଶା କରାଯାଉଥିଲା ତାହା ନିରାଶାରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ୭୪ ଟପିଯାଇଛି ।

ଗତ ତିନିଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଆଜି ଏହି ଘୋଷଣା କରାଯାଇଛି । ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ଶସ୍ତା ହେବା କଣ ଆହୁରି ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ୬ ମାସରେ ମୁଦ୍ରାସ୍ପୀତି ପୁର୍ବାନୁମାନ ୩.୯ରୁ ୪.୫ ପ୍ରତିଶତକୁ ହ୍ରାସ କରିଛି ।

ସମ୍ବନ୍ଧିତ ଖବର