ଅଚଳ ହୋଇପାରେ ୫୦ ଓ ୨୦୦ଟଙ୍କିଆ ନୋଟ ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦୁର୍ନିୀତି, ଭଷ୍ଟ୍ରାଚାର ଓ କଳାଧନକୁ ରୋକିବା ପାଇଁ କେନ୍ଦ୍ରସରକାର ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। ବଜାରକୁ ନୂଆ ୫୦ , ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଆସିଥିଲା। ୫୦୦ ଏବଂ ୨ ହଜାର ଟଙ୍କା ନୋଟକୁ ନେଇ ଯେତିକି ସମସ୍ୟା ସୃଷ୍ଟି ହୋଇଥିଲା। ତା’ଠାରୁ ଅଧିକ ନୂଆ ୫୦ ଏବଂ ୨୦୦ଟଙ୍କିଆ ନୋଟ୍‌କୁ ଅନେକ ଅସୁବିଧା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଖୁବ୍‌ ଶୀଘ୍ର ନୂଆ ୫୦ ଏବଂ ୨୦୦ଟଙ୍କିଆ ନୋଟ୍‌ ବନ୍ଦ ହୋଇପାରେ । କାରଣ ଦେଶରେ ଯେଭଳି ଭାବରେ ପରିସ୍ଥିତି ଉପୁଜିଛି ତାକୁ ଦୃଷ୍ଟିରେ ରଖି ଏକଥା ଅନୁମାନ କରାଯାଉଛି। ଅର୍ଥାତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ୫୦ ଟଙ୍କିଆ ନୂଆ ନୋଟରେ ଦୃଷ୍ଟିହୀନ ଲୋକଙ୍କ ପାଇଁ କୌଣସି ବି ଚିହ୍ନ ବା ସଙ୍କେତ ବା ବେଲ୍‌ ଲିପି ନାହିଁ । ଯେଉଁଥିପାଇଁ ଦୁଇ ଜଣ ବରିଷ୍ଠ ନାଗରିକ ଏନେଇ ଉଚ୍ଚତମ ନ୍ୟାୟାଳୟରେ ଅଭିଯୋଗ ପତ୍ର ମଧ୍ୟ କରିଛନ୍ତି । କୋର୍ଟ ମଧ୍ୟ ଆରବିଆଇଠାରୁ ଏସଂପର୍କରେ ରିପୋର୍ଟ ମାରିବା ସହ ଅଦାଲତରେ ହାଜିର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀଙ୍କ କହିବା ମୁତାବକ, ଆରବିଆଇ ତରଫରୁ ଜାରି ହୋଇଥିବା ନୂଆ ୫୦ ଟଙ୍କିଆ ନୋଟରେ ଦୃଷ୍ଟିହୀନ ଲୋକଙ୍କ ପାଇଁ କୌଣସି ବି ସଙ୍କେତ ଦିଆଯାଇନାହିଁ । ଯାହାଦ୍ୱାରା ଦୃଷ୍ଟିହୀନ ଲୋକଙ୍କୁ ଟଙ୍କା ଚିହ୍ନିବାକୁ ଅନେକ ସମସ୍ୟାର ସମ୍ମାୁଖୀନ ହେବାକୁ ପଡୁଛି । କିନ୍ତୁ ପୁରୁଣା ୫୦ ଟଙ୍କିଆ ନୋଟରେ ଦୃଷ୍ଟିହୀନଙ୍କ ପାଇଁ ନୋଟ ଚିହ୍ନିବା ଲାଗି ବେଲ ଲିପିର ବ୍ୟବହାର କରାଯାଇଛି ।

ଗତବର୍ଷ ନଭେମ୍ବର ମାସରେ ଅଭିଯୋଗକାରୀ ଏସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଆଉ ସେହିଦିନ ହିଁ କୋର୍ଟ ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କୁ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆରବିଆଇ ମଧ୍ୟ ହାଜିର ହୋଇଥିଲା ଏବଂ ଏନେଇ ସମୟ ବି ମାଗିଥିଲା । ୨୦୧୮ ଜାନୁଆରୀ ୩୧ ତାରିଖରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଡବଲ ବେଞ୍ଚ୍‌ ଏହି ମାମଲାଟିକୁ ଗୁରୁତର ବୋଲି ମନେକରିବା ସହିତ ଉଭୟ ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କୁ ଫେବ୍ରୁଆରି ୧୬ ତାରିଖରେ ଅଦାଲତରେ ହାଜିର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୧୬ ତାରିଖରେ ରିଜର୍ଭ ବ୍ୟାଙ୍କର ପକ୍ଷ ଶୁଣିବା ପରେ ଯାଇ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି।

ସମ୍ବନ୍ଧିତ ଖବର