ନୂଆଦିଲ୍ଲୀ: ନୂଆ ବର୍ଷ ଠାରୁ ଏଟିଏମ ବ୍ୟବହାର କରିବା ମହଙ୍ଗା ହେବାକୁ ଯାଉଛି । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କକୁ ଗ୍ରାହକଙ୍କ ଏଟିଏମ କାରବାର ଉପରେ ଅଧିକ ଚାର୍ଜ ଆଦାୟ କରିବାକୁ ଅନୁମତି ଦେଇଛନ୍ତି । ଜାନୁଆରି ୨୦୨୨ ଠାରୁ ଆପଣଙ୍କୁ ବ୍ୟାଙ୍କ ତରଫରୁ ଯେତେଥର ଏଟିଏମରୁ ଟଙ୍କା ଉଠାଣ ପାଇଁ ଫ୍ରି ଅପସନ ଦିଆଯାଇଛି ତା ଠାରୁ ଅଧିକ ଥର ଏଟିଏମ କାରବାର କଲେ ପୂର୍ବ ଅପେକ୍ଷା ଅଧିକ ଚାର୍ଜ ଦେବାକୁ ପଡିବ ।
ରିଜର୍ଭ ବ୍ୟାଙ୍କର ଏକ ବିଜ୍ଞପ୍ତି ମୁତାବକ ଫ୍ରି ଟ୍ରାନଜାକସନ ମାସିକ ଲିମିଟ ପରେ ଆପଣ ଯଦି ଅଧିକ କାରବାର କରୁଛନ୍ତି ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା ବର୍ଷ ଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।
/sambad/media/post_attachments/e3a4aa28fc6eb38666b1a8c995c3973cada95f7eec407202c9fcee1ead9052a7.jpg)
କହିରଖୁ କି ମାସିକ ୫ ଥର ମାଗଣା କାରବାର ଭିତରେ ଆପଣଙ୍କର ଆର୍ଥିକ ଓ ଅଣ ଆର୍ଥିକ କାରବାର ଜଡିତ ରହିବ । ଅର୍ଥାତ ଆପଣ ଯଦି ବାଲାନ୍ସ ଚେକ କରୁଛନ୍ତି ବା ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ତାହା ବି ଆପଣଙ୍କ ମାଗଣା କାରବାର ଭିତର ଗଣତି ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/atm-charges-in-india-e1460054537541.jpg)
