ମାର୍ଚ୍ଚ ୧୬ପୂର୍ବରୁ ପାଖରେ ଥିବା ଅବ୍ୟବହୃତ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ବ୍ୟବହାର କରିନିଅନ୍ତୁ, ନଚେତ୍…

ନୂଆଦିଲ୍ଲୀ: ଯଦି ଆପଣଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଅଛି ଏବଂ ଏହାକୁ ଆପଣ ଏପର୍ଯ୍ୟନ୍ତ ବ୍ୟବହାର କରିନାହାଁନ୍ତି, ତେବେ ଏହାକୁ ତୁରନ୍ତ ବ୍ୟବହାର କରନ୍ତୁ। ଯଦି ଆପଣ ଏଭଳି କରୁନାହାନ୍ତି, ତେବେ ଆପଣଙ୍କର କାର୍ଡ ମାର୍ଚ୍ଚ୧୬ରୁ ସବୁଦିନ ପାଇଁ ଅକାମି ହୋଇଯିବ। ଜାନୁଆରି ୧୫ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଥିଲା। ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଗ୍ରାହକଙ୍କୁ ଦିଆଯାଇ ମଧ୍ୟ ଏହାକୁ ଅନଲାଇନ୍ କାରବାର ଏବଂ ଯୋଗାଯୋଗହୀନ ଦେୟ ପାଇଁ ବ୍ୟବହୃତ କରାଯାଇନାହିଁ, ମାର୍ଚ୍ଚ ୧୬ରୁ ସେହି ସବୁ କାର୍ଡଗୁଡ଼ିକୁ ଅକାମି କରିଦିଆଯିବ।

Image result for rbi-notification-credit-card-debit-card
India TV

ଆରବିଆଇ ପୂର୍ବରୁ ସମସ୍ତ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପ୍ରଦାନକାରୀ ସଂସ୍ଥା ଏବଂ ବିଭିନ୍ନ ବ୍ୟାଙ୍କକୁ ଆଦୌ ବ୍ୟବହାର ହୋଇ ନଥିବା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ଅନଲାଇନ୍ କାରବାର ଏବଂ ଯୋଗାଯୋଗହୀନ ଦେୟ ସେବାକୁ ଅକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରିଜର୍ଭ ବ୍ୟାଙ୍କ ଗ୍ରାହକମାନଙ୍କୁ କହିଛନ୍ତି ଯେ, ଯଦି ନିଜର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ଆକ୍ଟିଭ୍ ରଖିବାକୁ ଚାହୁଛନ୍ତି, ତେବେ ମାର୍ଚ୍ଚ ୧୬ ପୂର୍ବରୁ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ଅନଲାଇନ୍ ଏବଂ ଯୋଗାଯୋଗହୀନ କାରବାର ପାଇଁ ବ୍ୟବହାର କରନ୍ତୁ। ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କାରବାରର ସୁରକ୍ଷା ବୃଦ୍ଧି ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆରବିଆଇ କହିଛି।

ସମ୍ବନ୍ଧିତ ଖବର