ନୂଆଦିଲ୍ଲୀ: ଗତ ବର୍ଷ ବିମୁଦ୍ରାୟନ ଘୋଷଣାର କିଛି ଦିନ ପରେ ବସ୍ କଣ୍ଡକ୍ଟର, ଅଟୋଚାଳକ ସମେତ ବହୁ ବ୍ୟବସାୟୀ ହଠାତ୍ ୧୦ ଟଙ୍କିଆ କଏନ୍ ନେବା ବନ୍ଦ କରି ଦେଇଥିଲେ। ଏହି କଏନ୍ ଅଚଳ ହୋଇଯାଇଛି ବୋଲି ଏକ ଗୁଜବ ଉଠିଥିଲା। ମାତ୍ର ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ଏ ସଂପର୍କରେ ମତ ରଖିଥିଲା। ଦେଶର ସର୍ବୋଚ୍ଚ ବ୍ୟାଙ୍କ୍ ଆର୍ବିଆଇ ପକ୍ଷରୁ ଏପରି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2018/02/10-rupee-650_011018122904_1-300x168.jpeg)
ସ୍ପଷ୍ଟୀକରଣ ମିଳିବା ପରେ ବି ଥମିନଥିଲା ଏହି ସମସ୍ୟା। କେବଳ ବ୍ୟବସାୟୀ କାହିଁକି କେତେକ ବ୍ୟାଙ୍କ୍ ମଧ୍ୟ କଏନ୍ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆର୍ବିଆଇ ଏବେ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛି। ଆର୍ବିଆଇର ନିର୍ଦ୍ଦେଶ ହେଉଛି ଏଣିକି ସମସ୍ତ ବ୍ୟାଙ୍କ୍ କଏନ୍ ଗ୍ରହଣ କରିବାକୁ ବାଧ୍ୟ। ଖାଲି ସେତିକି ନୁହେଁ, ଏପରିକି ବ୍ୟାଙ୍କ୍ରେ କଏନ୍ ଜମା ରଖିବା ପାଇଁ ଗ୍ରାହକଙ୍କୁ ପ୍ଲାଷ୍ଟିକ୍ ପାଉଚ୍ ଯୋଗାଇବ ବ୍ୟାଙ୍କ୍। ବ୍ୟାଙ୍କ୍ର ସମସ୍ତ କାଉଣ୍ଟର୍ରେ ଏହି ପାଉଚ ଉପଲବ୍ଧ ହେବ। ଯଦି ବ୍ୟାଙ୍କ୍ରେ ଜାଗା କମ୍ ଥାଏ ତେବେ ବ୍ୟାଙ୍କ୍ ଏହି କଏନ୍ ଗ୍ରହଣ କରି କରେନ୍ସି ଚେଷ୍ଟ୍କୁ ପଠାଇବା। ଏ ଦାୟିତ୍ୱ ଗ୍ରାହକର ନୁହେଁ। ଏକ ଗୁଜବକୁ ନେଇ ବହୁ ବ୍ୟବସାୟୀ କ୍ଷତିଗ୍ରସ୍ଥ ହେବା ପରେ ରିଜର୍ଭ ବ୍ୟାଙ୍କ୍ ଏହି ନିଷ୍ପତ୍ତି ନେଇଛି। ବ୍ୟାଙ୍କ୍ଗୁଡ଼ିକ ଏହାକୁ ମାନୁଛନ୍ତି କି ନାହିଁ ତାହା ମଝିରେ ମଝିରେ ନୀରିକ୍ଷଣ ମଧ୍ୟ କରାଯିବ ବୋଲି ସୂଚନା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/633235-rbi.jpg)