ଆରବିଆଇର ବଡ଼ ଆଦେଶ, ଏହି ବ୍ୟାଙ୍କରୁ ଜମାକାରୀ ୧୦୦୦ ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ମୁମ୍ବାଇସ୍ଥିତ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିପ୍‌ ବ୍ୟାଙ୍କ୍‌ ଲିମିଟେଡ ଉପରେ କୌଣସି ପ୍ରକାର ବ୍ୟବସାୟିକ ନେଣଦେଣ ନେଇ ପ୍ରତିବନ୍ଧକ ଲଗାଇଛି,  ଯାହା ଜରିଆରେ ବ୍ୟାଙ୍କରେ ନିବେଶକ ଓ ସହରରେ ବ୍ୟବସାୟୀ ବର୍ଗଙ୍କୁ ବଡ଼ ଝଟକା ଲାଗିଛି।

ଶୀର୍ଷ ବ୍ୟାଙ୍କର ମୁଖ୍ୟମହାପ୍ରବନ୍ଧକ ଯୋଗେଶ ଦୟାଲଙ୍କ କହିବାନୁସାରେ, ଆରବିଆଇ ନିର୍ଦ୍ଦେଶ ଅନୁସାରେ, ଜମାକାରୀ ବ୍ୟାଙ୍କରେ ନିଜର ସେଭିଂ ଆକାଉଣ୍ଟ, ଚାଲୁ ଥିବା ଖାତା କିମ୍ବା ଅନ୍ୟ କୌଣସି ଖାତାରୁ ଆଗାମୀ ୬ ମାସ ଭିତରେ ୧,୦୦୦ ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। କେବଳ ଏତିକି ନୁହେଁ, ପିଏମ୍‌ସି ବ୍ୟାଙ୍କକୁ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧିତ ନେଣଦେଣ କରିବା ପାଇଁ ପ୍ରଥମେ ଆରବିଆଇ ଠାରୁ ଲିଖିତ ମଞ୍ଜୁରୀ ନେବାକୁ ପଡ଼ିବ।

ପିଏମ୍‌ସି ବ୍ୟାଙ୍କ ଉପରେ ଆରବିଆଇର ଅଗ୍ରୀମ ମଞ୍ଜୁରୀ ବିନା ତୃଣ ଓ ଅଗ୍ରୀମ ଧନରାଶି ଦେବା ତଥା ରିନ୍ୟୁ କରିବା, କୌଣସି ପ୍ରକାର ନିବେଶ କରିବା, ଫ୍ରେସ୍‌ ଡିପୋଜିଟ୍‌ ସ୍ୱୀକାର କରିବା ଆଦି ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସମ୍ବନ୍ଧିତ ଖବର