ଭୁବନେଶ୍ବର : ଜେନେରେଟିଭ୍ ଏଆଇ ବ୍ୟାଙ୍କ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି । ଏହାର ଉପଯୋଗ ଦ୍ବାରା ବ୍ୟାଙ୍କ କାର୍ଯ୍ୟରେ ୪୬% ଉନ୍ନତି ଆସିବ ବୋଲି ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି ଯେ ଏଆଇ ଗ୍ରାହକଙ୍କ ବ୍ୟବହାରକୁ ଭଲଭାବରେ ବୁଝିପାରିବ, ଦକ୍ଷତା ବଢାଇବ ଓ ଗ୍ରାହକଙ୍କୁ ବ୍ୟକ୍ତି ଅନୁକୂଳ ସର୍ଭିସ ପ୍ରଦାନ କରିବ । ତେବେ ଏଆଇର ଉପଯୋଗ ଦ୍ବାରା କେତେକ ବିପଦର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି ।
ଏଆଇ ମଡେଲଗୁଡ଼ିକର ଫଳାଫଳ ଆଲଗୋରିଦିମ ଦ୍ବାରା ପରିଚାଳିତ । ଆଲଗୋରିଦିମ ହିଁ ଏଆଇ ମଡେଲର ଫଳାଫଳ ନିର୍ଦ୍ଧାରଣ କରେ । କିନ୍ତୁ ଯଦି ଫଳାଫଳ ଅଲଗୋରିଦିମରୁ ଅଲଗା ବାହାରେ ତେବେ ତାହା ବ୍ୟାଙ୍କ ଓ ଗ୍ରାହକ ଉଭୟଙ୍କୁ କ୍ଷତିରେ ପକାଇବ । ଏପରି ବାରମ୍ବାର ହେଲେ ତାହା ବ୍ୟାଙ୍କ ଉପରୁ ଗ୍ରାହକଙ୍କ ଭରସା ତୁଟିଯିବ । ଏଆଇ ମଡେଲଗୁଡିକର ଢାଞ୍ଚା ସାଧାରଣତଃ ଅସ୍ବଚ୍ଛ ଥାଏ, ଫଳରେ ସେଗୁଡ଼ିକର ନିଷ୍ପତ୍ତି ଓ ଫଳାଫଳ ସଂପର୍କରେ ପୂର୍ବାନୁମାନ କରିବା କଷ୍ଟକର ହୋଇଥାଏ । ଏହାଛଡ଼ା ଡାଟାରେ ତ୍ରୁଟି, ଆଲଗୋରିଦିମରେ ତ୍ରୁଟି ଫଳାଫଳକୁ ପ୍ରଭାବିତ କରିପାରିବ ।
ଏଆଇର ଆଉ ଏକ ସମ୍ଭାବିତ ସମସ୍ୟା ହେଲା, ଅତ୍ୟଧିକ ସଂଖ୍ୟକ କାରବାର ବେଳେ ଆଇଟି ସିଷ୍ଟମଉପରେ ଚାପ ପଡ଼ିଥାଏ । ଏପରି ଚାପ ସମୟରେ ଏଆଇ ମଡେଲଗୁଡ଼ିକ ଭୁଲ ଫଳାଫଳ ଦେଇପାରନ୍ତି । ଏପରି ହେଲେ ବିପୁଳ କ୍ଷତି ହେବାର ଆଶଙ୍କା ରହିଛି । ଏହାଛଡ଼ା ସାଇବର ସୁରକ୍ଷା ମଧ୍ୟ ଏକ ବଡ଼ ପ୍ରସଙ୍ଗ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/23/banking-2025-08-23-22-08-47.jpg)