୯ଟି ବ୍ୟାଙ୍କ ବନ୍ଦ ହେଉଥିବା ଖବର ମିଥ୍ୟା : ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ : ଦେଶରେ ୯ଟି ବ୍ୟବସାୟିକ ବ୍ୟାଙ୍କ ବନ୍ଦ ହେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ।

କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରଚାର ହୋଉଥିବା ଏପରି ଖବରରେ କୌଣସି ସତ୍ୟତା ନାହିଁ । ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ସେଗୁଡ଼ିକରେ ଅତିରିକ୍ତ ପୁଞ୍ଜି ଭର୍ତ୍ତି କରାଯାଉଛି ।

 

ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଟ୍ବିଟ କରି ଏହି ଖବରର ସତ୍ୟତା ନାହିଁ ବୋଲି କୁହାଯାଇଛି । ସୋସିଆଲ ମିଡିଆରେ ପ୍ରଚାରିତ ଏହି ଖବର ଅନୁସାରେ ଦେଶରେ ୯ଟି ପ୍ରମୁଖ ବ୍ୟବସାୟିକ ବ୍ୟାଙ୍କ ବନ୍ଦ ହୋଇଯିବ । ଏଣୁ ଲୋକମାନେ ସମୟ ପୂର୍ବରୁ ସେସବୁ ବ୍ୟାଙ୍କରୁ ନିଜ ନିଜର ଜମା ପ୍ରତ୍ୟାହାର କରିନିଅନ୍ତୁ । ଗତ କାଲି ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କରୁ ଜମା ଉଠାଣ ଉପରେ କଟକଣା ଜାରି କରିବା ପରେ ଏପରି ଗୁଜବ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର