ଏଟିଏମରୁ ଟଙ୍କା ଖାଲି ହେଲେ ଜରିମାନା ଦେବ ବ୍ୟାଙ୍କ

ମୁମ୍ବାଇ : ଏଣିକି ଏଟିଏମରେ ଟଙ୍କା ଶେଷ ହୋଇଗଲେ ବ୍ୟାଙ୍କଠାରୁ ଜରିମାନା ଆଦାୟ କରିବ ରିଜର୍ଭ ବ୍ୟାଙ୍କ । ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ୧ରୁ ଲାଗୁ ହେବ ।

ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଟିଏମଗୁଡ଼ିକରେ ଟଙ୍କା ଖାଲି ହୋଇଯାଉଥିବାରୁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ଗୋଟିଏ ଏଟିଏମରେ ଦିନ ଦିନ ଧରି ଟଙ୍କା ରହୁନାହିଁ । ଏହି ସମସ୍ୟାର ସମାଧାନ ଲାଗି ବ୍ୟାଙ୍କମାନେ ଓ ହ୍ବାଇଟ ଲେବଲ ଏଟିଏମ ଅପରେଟରମାନେ ଏଟିଏମଗୁଡ଼ିକରେ ଠିକ ସମୟରେ ଟଙ୍କା ଭର୍ତ୍ତି କରି ଉପଲବ୍ଧତା ନିଶ୍ଚିତ କରିବା ଆବଶ୍ୟକ । ଯେଉଁ ବ୍ୟାଙ୍କମାନେ ଏହି ନିର୍ଦ୍ଦେଶର ପାଳନ କରିବେ ନାହିଁ, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ । ଗୋଟିଏ ଏଟିଏମ ମାସକୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଟଙ୍କାଶୂନ୍ୟ ରହିଲେ ସଂପୃକ୍ତ ବ୍ୟାଙ୍କଠାରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ । ସେହିପରି ଏକ ହ୍ବାଇଟ ଲେବଲ ଏଟିଏମରେ ଟଙ୍କାଶୂନ୍ୟ ହୋଇଗଲେ ଉକ୍ତ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ବ୍ୟାଙ୍କଠାରୁ ଜରିମାନା ଆଦାୟ କରାଯିବ । ଉକ୍ତ ବ୍ୟାଙ୍କ ହ୍ବାଇଟ ଲେବଲ ଏଟିଏମ ଅପରେଟରଠାରୁ ଏହାକୁ ଆଦାୟ କରିବେ ।

 

ସମ୍ବନ୍ଧିତ ଖବର