ଗୁଗୁଲ ପେରେ ଟଙ୍କା ନେଣଦେଣକୁ ନେଇ କଣ କହିଲା ଆରବିଆଇ

ନୂଆଦିଲ୍ଲୀ: ଗୁଗୁଲ ପେ ମାଧ୍ୟମରେ ଟଙ୍କା ନେଣଦେଣକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜବାବ ରଖିଛି ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ | ଆରବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଗୁଗୁଲ୍ ପେ ହେଉଛି ଏକ ତୃତୀୟ ପକ୍ଷ ଆପ୍ ପ୍ରଦାନକାରୀ (ଟିପିଏପି) ଏବଂ ଯାହାକି କୌଣସି ଦେୟ ବ୍ୟବସ୍ଥା କାର୍ଯ୍ୟ କରୁନାହିଁ। ଆରବିଆଇ, ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ଖଣ୍ଡପୀଠକୁ କହିଛି ଯେ ଗୁଗୁଲ ପେ କୌଣସି ପେମେଣ୍ଟ ସିଷ୍ଟମ ଚଳାଉ ନାହିଁ, ତେଣୁ ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ପ୍ରାଧିକୃତ ପେମେଣ୍ଟ ସିଷ୍ଟମ ଅପରେଟର ତାଲିକାରେ ଅନ୍ତର୍ଭୂକ୍ତ ହୋଇନାହିଁ।

Image Courtesy: Hindustan Times

ଏହି ପରିପ୍ରେକ୍ଷୀରେ ଆର୍ଥିକ ଅର୍ଥନୀତିଜ୍ଞ ଅଭିଜିତ୍ ମିଶ୍ର ଏକ ଜନସ୍ୱାର୍ଥ ମାମଲାରେ, ଆରବିଆଇର ଆବଶ୍ୟକ ଅନୁମୋଦନ ବିନା ଗୁଗୁଲର ମୋବାଇଲ୍ ପେମେଣ୍ଟ ଆପ୍, ଗୁଗୁଲ୍ ପେ କିମ୍ବା ଜିପିଏ ଆର୍ଥିକ କାରବାର କରୁଥିବାର ଅଭିଯୋଗ ହୋଇଥିଲା। ଏହି ଆବେଦନର ଉତ୍ତରରେ ଆରବିଆଇ କହିଛି ଯେ ଗୁଗୁଲ ପେ ୨୦୦୭ ଅର୍ଥ ନେଣଦେଣ ଆଇନ୍ର ଉଲ୍ଲଙ୍ଘନ କରୁନାହିଁ |

ତେବେ ଅଭିଜିତ୍ ମିଶ୍ର ଦାବି କରିଛନ୍ତି ଯେ ଗୁଗୁଲ ପେ, ପେମେଣ୍ଟ ଆଇନ ଉଲ୍ଲଂଘନ କରି ଏକ ପେମେଣ୍ଟ ସିଷ୍ଟମ ପ୍ରଦାନକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଏଭଳି କାର୍ଯ୍ୟ ପାଇଁ ଦେଶର କେନ୍ଦ୍ରୀୟ ବ୍ୟାଙ୍କରୁ ତାଙ୍କର କୌଣସି ବୈଧ ଅନୁମତି ନାହିଁ। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ରେ କରାଯିବ |

ସମ୍ବନ୍ଧିତ ଖବର