ନୂଆଦିଲ୍ଲୀ: ୧୦ଟଙ୍କିଆ କଏନ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି। ଏହାକୁ ନେଇ ବୁଧବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଲୋକମାନଙ୍କୁ ସ୍ପଷ୍ଟ କରି କହିଛନ୍ତି ମାର୍କେଟରେ ଯେତେ ପ୍ରକାର ୧୦ଟଙ୍କିଆ କଏନ୍‌ ଉପଲବ୍ଧ ରହିଛି ସେସମସ୍ତ କଏନ୍‌ ବୈଧ ଅଟେ। ଏଯାବତ୍‌ ବଜାରରେ ୧୪ଟି ଭିନ୍ନଭିନ୍ନ ଡିଜାଇନ୍‌ର ୧୦ଟଙ୍କିଆ କଏନ୍‌ ଛଡ଼ା ଯାଇଛି। ଏ ସମସ୍ତ କଏନ୍‌ ଚଳନୀୟ।

Advertisment

publive-image

ସୂଚନାଯୋଗ୍ୟ, ଆରବିଆଇ ଏହାପୂର୍ବରୁ ଗତବର୍ଷ ନଭେମ୍ବରରେ ଲୋକମାନଙ୍କୁ କହିଥିଲେ କି, ସମସ୍ତ ପ୍ରକାର କଏନ୍‌ ବୈଧ ଅଟେ। ଲୋକମାନେ ଏହାକୁ ନେବାପାଇଁ ମନା କରି ପାରିବେ ନାହିଁ। ଦଶ ଟଙ୍କିଆ କଏନ୍‌ ନେବାକୁ ମନା କରୁଥିବା ଲୋକମାନଙ୍କ ପାଇଁ ଦଣ୍ଡବିଧାନ ରହିଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହାପରେ ବି ଦଶ ଟଙ୍କିଆ କଏନ୍‌ ଅଚଳ ବୋଲି ଲୋକମାନଙ୍କ ମନରେ ଭୟ ରହିଛି।

publive-image

ଲୋକମାନଙ୍କ ମନରେ ଭିନ୍ନଭିନ୍ନ ଧାରଣା ରହିଛି, ଯେଉଁଥିପାଇଁ ଲୋକମାନେ ଏହି ୧୦ଟଙ୍କିଆ କଏନ୍‌ ନେବାକୁ ଭୟ କରୁଛନ୍ତି। କେହି କେହି  ଟଙ୍କା ଚିହ୍ନ ଥିବା କଏନ୍‌କୁ ଅସଲି ବୋଲି କହୁଥିବା ବେଳେ, କେହିକେହି ଯେଉଁ ୧୦ଟଙ୍କିଆ କଏନ୍‌ରେ ୧୦ଟି ଧାର ଅଛି ତାହାକୁ ଅସଲି ବୋଲି କାହାଣୀ ଗଢ଼ୁଛନ୍ତି। ତେବେ ଏହାକୁ ନେଇ ଆରବିଆଇ ସଫେଇ ଦେବାପରେ ବି ଲୋକମାନଙ୍କ ବିଶ୍ୱାସ କରି ନଥିବାରୁ ପୁଣି ଥରେ ଆଜି ଏ ଦଶ ଟଙ୍କିଆ କଏନ୍‌ ବୈଧ ବୋଲି ଦୋହରାଇବାକୁ ପଡ଼ିଛି।