ଜାଲ୍‌ ନୋଟ୍‌ ନିୟମ ଅମାନ୍ୟ କରିଥିବାରୁ ଏସ୍‌ବିଆଇ ଉପରେ ୪୦ ଲକ୍ଷ ଟଙ୍କା ଜରିମାନା କଲା ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: ଜାଲ୍‌ ନୋଟ୍‌ଗୁଡ଼ିକୁ ଚିହ୍ନଟ କରି ବ୍ୟାଜାପ୍ତ କରିବା ନିମନ୍ତେ କରାଯାଇଥିବା ନିର୍ଦେଶାବଳୀ ଅମାନ୍ୟ କରିଥିବା କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଉପରେ ୪୦ ଲକ୍ଷ ଟଙ୍କା ଜରିମାନା କରିଛି। ରିଜର୍ଭ ବ୍ୟାଙ୍କ୍‌ କହିଛି କି, ଜାଲ୍‌ ନୋଟ୍‌ ପାଇଁ ପ୍ରତିରୋଧ ପାଇଁ କରାଯାଇଥିବା ନୀତିନିୟମ ପାଳନ କରିବାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ତରଫରୁ ଅକ୍ଷମତା ଦେଖା ଦେଇଛି।

ରିଜର୍ଭ ବ୍ୟାଙ୍କ୍‌ ରେଗୁଲେଟର୍‌ ଦୁଇଟି ଶାଖାର ନୋଟ୍‌ ଆଲମାରି ଯାଞ୍ଚ କରିବା ପରେ ଏ କଥା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ୨୦୧୮ ମସିହା ଜାନୁଆରି ୫ ତାରିଖ ଦିନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା।

ସମ୍ବନ୍ଧିତ ଖବର