ବିମୁଦ୍ରାୟନର ୧୫ ମାସ ପରେ ବି ନୋଟ ଗଣୁଛି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଦେଶରେ ବିମୁଦ୍ରାୟନ ହେବାର ୧୫ ମାସ ବିତିଯାଇଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ଏପର୍ଯ୍ୟନ୍ତ ଅଚଳ ଟଙ୍କା ଗଣୁଛି। ଏହି କାମ ବେଶ ଜୋରସୋରରେ ଚାଲିଥିଲେ ମଧ୍ୟ ଏହା କେବେ ସରିବ ତାହା ରିଜର୍ଭ ବ୍ୟାଙ୍କ ମଧ୍ୟ କହିପାରୁନାହିଁ । ସୂଚନା ଅଧିକାର ବଳରେ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷର ୩୦ ଜୁନ ସୁଦ୍ଧା ପ୍ରାୟ ଟ.୧୫.୨୮ ଲକ୍ଷ କୋଟି ମୂଲ୍ୟର ନୋଟ୍‌ ଗଣାସରିଛି । ତେବେ ଏହି କାମ କେବେ ସରିବ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ଆରବିଆଇ କେବଳ ଏତିକି କହିଛି ଯେ ଏହି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

ଏହି ଗଣନା କାମରେ ୫୯ଟି ସିଭିପିଏସ ( କରନ୍ସି ଭେରିଫିକେନସ ଏଣ୍ଡ ପ୍ରୋସେସିଂ) ମେସିନ କାମରେ ଲାଗିଛି । ଏହା ସହିତ କେତେକ ବ୍ୟାଙ୍କ ପାଖରେ ଥିବା ୮ଟି ସିଭିପିଏସ ମେସିନ ଏହି କାମରେ ଲାଗିଛି । ଆହୁରିମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୭ଟି ସିଭିପିଏସ ମେସିନ ଭଡ଼ାରେ ଅଣାଯାଇଛି ଓ ସେଗୁଡିକୁ ଆରବିଆଇର କେତେକ ଆଞ୍ଚଳିକ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଛି । ମୋଦି ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରାୟନ ପଦକ୍ଷେପ ଘୋଷଣା କରି ସେତେବେଳେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ ।

ସମ୍ବନ୍ଧିତ ଖବର