ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ ପାଇଁ ଦେୟ ପଡ଼ିବ ନାହିଁ: ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ନେସ୍‌ନାଲ୍‌ ଇଲେକ୍ଟ୍ରୋନିକ୍‌ ଫଣ୍ଡ୍‌ସ୍‌ ଟ୍ରାନ୍‌ସଫର (ଏନ୍‌ଇଏଫ୍‌ଟି) ଏବଂ ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟଲ୍‌ମେଣ୍ଟ୍‌ (ଆର୍‌ଟିଜିଏସ୍‌) ଟ୍ରାଞ୍ଜାକ୍‌ସନ୍‌ ଉପରୁ ଦେୟ ଉଠାଇ ଦିଆଯିବାକୁ ସ୍ଥିର ହୋଇଥିବା କଥା ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି। ଏହି ନେଟ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଦ୍ୱାରା ବ୍ୟକ୍ତିବିଶେଷ, କମ୍ପାନି ଏବଂ ଅନୁଷ୍ଠାନ  ଗୋଟିଏ ବ୍ୟାଙ୍କ୍‌ରୁ ଅନ୍ୟ ବ୍ୟାଙ୍କ୍‌କୁ ଫଣ୍ଡ୍‌ ଟ୍ରାନ୍‌ସ୍‌ଫର୍‌ କରି ଥାଆନ୍ତି।

ତୁରନ୍ତ ବଡ଼ ଧରଣର ଅର୍ଥ ଟ୍ରାଞ୍ଜାକ୍‌ସନ୍‌ ନିମିତ୍ତ ଥିବା ଆର୍‌ଟିଜିଏସ୍‌ ଏବଂ ଅନ୍ୟାନ୍ୟ ଅର୍ଥ କାରବାର ନିମନ୍ତେ ଥିବା ଏନ୍‌ଇଏଫ୍‌ଟି ସିଷ୍ଟମ୍‌ ସକାଶ ରିଜର୍ଭ ବ୍ୟାଙ୍କ୍‌ ଗ୍ରାହକମାନଙ୍କ ଠାରୁ ସର୍ବନିମ୍ନ ଦେୟ ନେଇଥାଏ। ଏବେ ବ୍ୟାଙ୍କ୍‌ ସବୁ ଏହି ଶୁଳ୍କ ସେମାନଙ୍କ ଗ୍ରାହକମାନଙ୍କୁ ହସ୍ତାନ୍ତର କରିବେ।
ଡିଜିଟାଲ୍‌ ଫଣ୍ଡ୍‌ ଆନ୍ଦୋଳନକୁ ତେଜିବା ପାଇଁ ଏ ଦୁଇ ବ୍ୟବସ୍ଥା ଉପରୁ ଦେୟ ଉଠାଇ ଦିଆଯିବ ବୋଲି ସ୍ଥିର ହୋଇଥିବା କଥା ରିଜର୍ଭ ବ୍ୟାଙ୍କ୍‌ କହିଛି। ଗୋଟିଏ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ବ୍ୟାଙ୍କ୍‌ମାନଙ୍କୁ ନୋଟିସ୍‌ ଦିଆଯିବ।

ସମ୍ବନ୍ଧିତ ଖବର