ଖୁବଶୀଘ୍ର ‘ଇ-ଟଙ୍କା’ ପ୍ରଚଳନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଘୋଷଣା କରାଯାଇଛି ଯେ, ଖୁବଶୀଘ୍ର ଡିଜିଟାଲ ଟଙ୍କା ବା ଇ-ଟଙ୍କା ଉପରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯିବ । ଏହା ସହିତ ‘କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା’ ସଂପର୍କରେ ଏକ କନସେପ୍ଟ ନୋଟ୍ ଜାରି କରିଛନ୍ତି ।

ଇ-ଟଙ୍କାର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ଏହି ପାଇଲଟ ପ୍ରକଳ୍ପ ସମୟରେ ଲୋକମାନଙ୍କୁ ସୂଚୀତ କରାଯିବ ବୋଲି ଆରବିଆଇ କହିଛି । କାଗଜ ନୋଟ ଓ ଅନ୍ୟପ୍ରକାରର ମୁଦ୍ରା ପରି ଇ-ଟଙ୍କା ମଧ୍ୟ ଏକ ବୈକଳ୍ପିକ ମୁଦ୍ରା ହେବ । ଡିଜିଟାଲ ହୋଇଥିବାରୁ ଏହାକୁ ବ୍ୟବହାର କରିବା ସହ, ଦ୍ରୁତ ଓ ଶସ୍ତା ( ନୋଟ ମୁଦ୍ରଣ ଓ ପରିବହନ ବ୍ୟୟ ଦୃଷ୍ଟିକୋଣରୁ) ହେବ । ଅନ୍ୟ ମୁଦ୍ରା ପରି ଏହାକୁ ନେଣଦେଣରେ ବ୍ୟବହାର କରିହେବ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍ ଅଭିଭାଷଣରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ ବୋଲି ଘୋଷଣା କରିଥିଲେ । ବ୍ଲକଚେନ୍ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ । ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏ ସଂର୍କରେ ସଂକେତ ଦିଆଯାଇଥିଲା ।

୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ଆରମ୍ଭ କରିବ ବୋଲି ସେ କହିଥିଲେ । କିନ୍ତୁ ଏବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୟାନ ପରେ ଏହି ମୁଦ୍ରା ପ୍ରଚଳନ ବିଳମ୍ବିତ ହେବା ଆଶା କରାଯାଉଛି ।

 

ସମ୍ବନ୍ଧିତ ଖବର