ଖୁବ ଶୀଘ୍ର ଜାରି ହେବ ନୂଆ ୨୦ ଟଙ୍କିଆ ନୋଟ, ପୁରୁଣା ୨୦ ଟଙ୍କିଆ ନୋଟ ବି ଚଳିବ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଏକ ୨୦ ଟଙ୍କିଆ ନୋଟ ଛାଡିବ । ଗତ ଦୁଇ ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ୫୦୦, ୨୦୦୦, ୧୦,୫୦ , ୧୦୦ ଓ ୨୦୦ ଟଙ୍କିଆ ନୂଆ ନୋଟ ଛାଡିସାରିଛି । କିନ୍ତୁ ନୂଆ ୨୦ ଟଙ୍କିଆ ଆସିନଥିଲା । ଏହି ନୂଆ ନୋଟରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ରିଜର୍ଭ ବ୍ୟାଙ୍କ ସୁତ୍ରରୁ ଜଣାପଡିଛି ।

ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ମାସ ଶେଷସୁଦ୍ଧା ଦେଶରେ ପ୍ରାୟ ୧୦ ବିଲିୟନ (୧ ବିଲିୟନ =୧୦୦ କୋଟି) ୨୦ ଟଙ୍କିଆ ନୋଟ ଅର୍ଥ ବ୍ୟବସ୍ଥାରେ ପ୍ରଚଳିତ ଥିଲା । ତେବେ ନୂଆ ୨୦ ଟଙ୍କିଆ ନୋଟ ଆସିବା ପରେ ପୁରୁଣା ନୋଟ ଗୁଡିକ ମଧ୍ୟ ବୈଧ ରହିବ ଅର୍ଥାତ ପୁରୁଣା ନୋଟ ଗୁଡିକ ବି ଚଳିବ ବୋଲି ଜଣାଯାଇଛି । ଗତ ୨୦୧୬ ନଭେମ୍ବର ୮ରେ ସରକାର ବିମୁଦ୍ରାୟନ ଘୋଷଣା କରିବା ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ର ବୈଧତା ରଦ୍ଦ ହୋଇଯାଇଥିଲା । ଏହା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ବଜାରକୁ ଆସିଥିଲା ।

ସମ୍ବନ୍ଧିତ ଖବର