ଓଡ଼ିଶାର ପ୍ରଥମ ଶାଖା ଖୋଲିଲା ଆରବିଏଲ୍‌ ବ୍ୟାଙ୍କ

ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ବ୍ୟାଙ୍କ, ଆରବିଏଲ୍‌ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ଶାଖା ଖୋଲାଯାଇଛି । ଏଥି ସହିତ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୨୬୯ରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଠାରେ ବ୍ୟାଙ୍କର ନୂତନ ଶାଖାକୁ ଓଡ଼ିଶାର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ (ଆଇଏସ୍‌) ଉଦଘାଟନ କରିଛନ୍ତି । ଆରବିଏଲ୍‌ ବ୍ୟାଙ୍କର ଏହି ଶାଖା ଏହାର ଚଳନ୍ତି ଓ ସଂଚୟ ଖାତା, କ୍ରେଡିଟ୍‌ କାର୍ଡ, ମିଆଦୀ ଜମା ଓ ଲକର୍‌ ସୁବିଧା ଜରିଆରେ ଉଭୟ ଖୁଚୁରା ଓ ସଂସ୍ଥାଗତ ଗ୍ରାହକମାନଙ୍କୁ ବିବିଧ ପ୍ରକାର ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବ। ବ୍ୟାଙ୍କ ପକ୍ଷରୁ ଯାଜପୁର ରୋଡ୍‌ ଓ ପାରାଦୀପ ଠାରେ ଖୁବଶୀଘ୍ର ନୂତନ ଶାଖାର ଓଡିଶାରେ ସମ୍ପ୍ରସାରଣ କରିବାର ଯୋଜନା ରହିଛି।

ଏହି ନୂତନ ଶାଖା ଉଦଘାଟନ ଅବସରରେ ସୁରିନ୍ଦର ଚାଓ୍ଵଲା, ହେଡ-ଜିଓଗ୍ରାଫି, ବ୍ରାଞ୍ଚ ଓ ବିଜନେସ୍‌ ବ୍ୟାଙ୍କିଙ୍ଗ, ଆରବିଏଲ୍‌ ବ୍ୟାଙ୍କ କହିଛନ୍ତି ଯେ, ‘ଓଡ଼ିଶାରେ ଆମେ ଆମର କାରବାର ଆରମ୍ଭ କରି ବହୁତ ଖୁସି । ଏହି ଐତିହାସିକ ଓ ସାଂସ୍କୃତିକ ସ୍ତରରେ ସମୃଦ୍ଧ ସହରରେ ସମାଜର ସବୁ ବର୍ଗର ଲୋକମାନଙ୍କୁ ବିବିଓ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ରଣନୀତିର ଅଂଶ ସ୍ୱରୂପ ଏହି ପ୍ରଥମ ଶାଖା ଖୋଲାଯାଇଛି। ଆମର ବିଶ୍ୱାସ ରହିଛି ଯେ ସହରର ଲୋକମାନେ ଆମ ଉପସ୍ଥିତିକୁ ସ୍ୱାଗତ କରିବେ ଓ ଆମେ ଖୁଚୁରା ଓ ସଂସ୍ଥାଗତ ବର୍ଗରେ ପ୍ରଦାନ କରୁଥିବା ଉତ୍ପାଦ ଓ ସେବାକୁ ହାସଲ କରିବେ।’’

ସମ୍ବନ୍ଧିତ ଖବର