ଆର୍‌ବିଏଲ୍‌ ବ୍ୟାଙ୍କ ଖୋଲିଲା ପ୍ରଥମ ଶାଖା

ଭୁବନେଶ୍ବର: ଆରବିଏଲ୍ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ଶାଖାକୁ ଜୟଦେବ ବିହାରରେ ଖୋଲାଯାଇଛି। ଏହାକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦଘାଟନ କରିଛନ୍ତି। ଗ୍ରାମାଞ୍ଚଳରେ ଅଧିକ ଶାଖା ଖୋଲିବା ପ୍ରତି ଧ୍ୟାନ ଦେବାକୁ ଶ୍ରୀ ପାଢ଼ୀ ବ୍ୟାଙ୍କ କତୃର୍ପକ୍ଷଙ୍କୁ କହିଛନ୍ତି। ସେ କହି‌ଲେ, ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ଶାଖା ଖୋଲିଲେ ବ୍ୟାଙ୍କ ବାସ୍ତବରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶରେ ସହାୟକ ‌ହୋଇପାରିବ। ବ୍ୟାଙ୍କର ସଂସ୍ଥାଗତ ଆର୍ଥିକ ମୁଖ୍ୟ ଦୀପକ ଗଢ଼ାୟାନ ସୂଚନା ଦେଇଛନ୍ତି ଯେ ଆଗାମୀ ଦିନରେ ବ୍ୟାଙ୍କ ପକ୍ଷରୁ ଦୁଇଟି ନୂଆ ଶାଖା ଯାଜପୁର ଓ ପାରାଦୀପ ଠାରେ ଖୋଲାଯିବାର ଯୋଜନା ରହିଛି। ବ୍ୟାଙ୍କର ବ୍ୟାବସାୟିକ ମୁଖ୍ୟ ସୁରିନ୍ଦର ଚାୱଲା କହିଛନ୍ତି ଯେ, ଆମେ ଓଡ଼ିଶାରେ ବ୍ୟବସାୟ, କୃଷି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଆର୍ଥିକ ଅନ୍ତଭୁର୍କ୍ତୀକରଣ ‌କ୍ଷେତ୍ରରେ ସେବା ପ୍ରଦାନ କରିବୁ। ଏହି ଅବସରରେ ଆରବିଏଲ୍ ବ୍ୟାଙ୍କର ଓଡ଼ିଶା ମୁଖ୍ୟ ଇଶନ ସାମନ୍ତରାୟ, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ସଂସ୍ଥାଗତ ଆର୍ଥିକ ବ୍ୟବସ୍ଥାର ନିର୍ଦେଶକ ପ୍ରଦୀପ କୁମାର ବିଶ୍ବାଳ ଓ ପୁଲିସ ହାଉସିଂ କର୍ପୋରେସନର ପରିଚାଳନା ନିର୍ଦେଶକ ଲଳିତ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର