ଆର୍‌ସି ପ୍ଲାଷ୍ଟୋର ନୂଆ ପାଣି ଟାଙ୍କି

ନାଗପୁର, ୧୪/୧: ଆର୍‌ସି ପ୍ଲା‌ଷ୍ଟୋ ଟ୍ୟାଙ୍କସ୍‌ ଆଣ୍ଡ୍‌ ପାଇପସ୍‌ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୦ ହଜାର ଲିଟରର ନୂଆ ରୋଟୋ ମୋଲ୍‌ଡ ପାଣି ଟାଙ୍କିକୁ ଉନ୍ମୋଚନ କରାଯାଇଛି। ଲିନିଅର ଲୋ ଡେନ୍‌ସିଟି ପଲିଥିଲିନ୍‌ରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ପାଣିକୁ ସ୍ବଚ୍ଛ, ଦୁର୍ଗନ୍ଧମୁକ୍ତ ଓ ତାହାର ମାନ ବଜାୟ ରଖିବ। ହଷ୍ଟେଲ, ହସ୍ପିଟାଲ୍‌, ସ୍କୁଲ, ସିନେମା ହଲ୍‌ ଏବଂ କନଷ୍ଟ୍ରକ୍‌ସନ୍ କାମ ଚାଲୁ ରହିଥିବା ସ୍ଥାନଗୁଡ଼ିକର ଆବଶ୍ୟକତାକୁ ଏହି ପାଣି ଟାଙ୍କି ପୂରଣ କରିପାରିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଖାଦ୍ୟ ମାନ ଅନୁସାରେ ଏହି ଟାଙ୍କିକୁ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର